ପୁଣି ୨ କରୋନା ପଜିଟିଭ, ସମ୍ବଲପୁର ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୧୩କୁ ବୃଦ୍ଧି

0 98

ସମ୍ବଲପୁର : ଆଜି ଆଉ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୧୩ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୩ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ଯେ ଆଜି ସ୍ଥାନୀୟ ରେଙ୍ଗାଲି ପାଖ ଭୂଷଣ ଷ୍ଟିଲର ଟାଉନଶିପରେ ଜଣେ ୩୦ବର୍ଷୀୟା ମହିଳାଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି, ଯିଏକି ବିହାରରୁ ଫେରିବା ପରଠାରୁ ହୋମ କ୍ୱାରେଣ୍ଟାଇନରେ ରହୁଥିଲେ ଓ ସ୍ୱାବ ପରୀକ୍ଷାରୁ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଆଉଜଣେ ୫୫ବର୍ଷୀୟ ପୁରୁଷଙ୍କୁ ବିହାରରୁ ଫେରିବା ପରେ ସ୍ଥାନୀୟ ଧନକଉଡା ବ୍ଲକର ଅସ୍ଥାୟୀ ଚିକିତ୍ସା କ୍ୟାମ୍ପରେ ଅନୁଧ୍ୟାନ ପାଇଁ ରଖା ଯାଇଥିଲା, ଯିଏକି ଆଜି ପଜିଟିଭ ଚିହ୍ନଟ ହୋଇଛି । ଏହା ପୂର୍ବରୁ ଗତକାଲି ଜଣେ ୭୫ବର୍ଷୀୟା ମହିଳାଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି, ଯିଏକି ସ୍ଥାନୀୟ ଚିପିଲିମା ଠାରେ ହୋମ କ୍ୱାରେଣ୍ଟାଇନରେ ରହୁଥିଲେ । ଏମାନେ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସହିତ ସେମାନଙ୍କର ସମ୍ପର୍କ ସୂଚୀ ବିସ୍ତୃତ ଭାବରେ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

1 × two =