କରୋନା ସୁସ୍ଥତା ହାରକୁ ନେଇ କିଞ୍ଚିତ ଆଶ୍ୱସ୍ତି ସମ୍ବଲପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି

0 112

ସମ୍ବଲପୁର, ୧୩/୭- ଦୁନିଆର ସବୁଆଡେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କ ମନରେ ଭୟ ରହିଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ । ଆମ ଦେଶ ଓ ରାଜ୍ୟ ସହିତ ଜିଲ୍ଲାର ମଧ୍ୟ ସେହି ଅବସ୍ଥା, କିନ୍ତୁ ଆକ୍ରାନ୍ତ ହେଲାପରେ ସୁସ୍ଥ ହେଉଥିବା ସଂଖ୍ୟାକୁ ନେଇ ଏଠାରେ ଆଜି ସାମାନ୍ୟ ଆଶ୍ୱସ୍ତିର ବାତାବରଣ ରହିଛି । ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦୟାରୁ ସମ୍ବଲପୁର ଜିଲ୍ଲାରେ ଆଜି କେହି ଜଣେ ହେଲେ କରୋନା ପଜିଟିଭ ହେବାର ସୂଚନା ମିଳିନାହିଁ । ଗତକାଲି ପର୍ଯ୍ୟନ୍ତ ଏହି ଜିଲ୍ଲାରେ କରୋନା ପଜିଟିଭଙ୍କ ମୋଟସଂଖ୍ୟା ୧୧୩ ଯାଏଁ ପହଞ୍ଚିଥିଲା ଓ ଆଜିର ସ୍ଥିତି ଅନୁସାରେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ୍ ୯୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ସାରିଛନ୍ତି । ଏଣୁ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ମାତ୍ର ୨୧ଜଣ କରୋନା ପଜିଟିଭଙ୍କ ଚିକିତ୍ସା ଚାଲିଛି । ଆଉ ଏକ ପକ୍ଷ ଏଠାରେ ବିଚାରଯୋଗ୍ୟ ଯେ ଜିଲ୍ଲାରେ ଏପର୍ଯ୍ୟନ୍ତ ମାତ୍ର ୫ଜଣ ସାମାଜିକ ସ୍ତରରେ ସଂକ୍ରମିତ ହୋଇଛନ୍ତି ଓ ବାକି ସମସ୍ତେ ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିରରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଏହି ଜିଲ୍ଲାରେ ସ୍ଥିତି ଅନେକାଂଶରେ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରିବ ।

hiranchal ad1
Leave A Reply

Your email address will not be published.

ten − 9 =