ସମ୍ବଲପୁରରୁ ୨୫ ପଜିଟିଭ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ବଲପୁରବାସୀ ଆତଙ୍କିତ

0 327

ସମ୍ବଲପୁର,୧୯/୭- ଆଜି ୨୫ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦୮ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୭୩ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତି ମଧ୍ୟରେ ଗୋଷ୍ଠୀ ସଂକ୍ରମଣରେ ନିରନ୍ତର ବୃଦ୍ଧି ଯୋଗୁଁ ଏଠାରେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେତେବେଳେ କାହାର ସାହି ପଡିଶାରେ କିଏ ପଜିଟିଭ ବାହାରି ପଡିବ ଓ ଏହାସହିତ ସେମାନେ କଣ୍ଟେନମେଣ୍ଟ ଜୋନରେ ବନ୍ଦୀ ହୋଇ ରହିଯିବେ, ଏହି ଦୁଶ୍ଚିନ୍ତାରେ ଅଧିକାଂଶ ଲୋକେ ଘାରି ହେଉଛନ୍ତି । ଏହାର ମନସ୍ତାତ୍ତ୍ୱିକ ପ୍ରଭାବ ଯୋଗୁଁ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ଓ ଏଥିପାଇଁ ଦୁଇ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନରେ ରାସ୍ତାଘାଟ ଶୁନଶାନ ରହିଛି । ବାସ୍ତବରେ ଦେଖିବାକୁ ଗଲେ ଏଥର ସଟଡାଉନଟା କର୍ଫ୍ୟୁ ଘୋଷଣା ପରି ଅନୁଭୂତି ଦେଉଛି । ଅବଶ୍ୟ କିଛି କିଛି ସାହି ଅଞ୍ଚଳରେ ଅମାନିଆ ଯୁବକଙ୍କ ଅକାରଣେ ଏଣେତେଣେ ବୁଲିବା ମଧ୍ୟ ଦେଖାଯାଉଛି । ଏହାର ଏକ ବଡ଼ କାରଣ ହେଉଛି, ବର୍ତ୍ତମାନ କଟକଣା ନିୟମ ଭଙ୍ଗ ଅଭିଯୋଗରେ କାହାରିକୁ ଗିରଫ କରିବାପାଇଁ ପୁଲିସ ମଧ୍ୟ କୁଣ୍ଠିତ । ସେମାନଙ୍କ ଭୟ ହେଲା ଯେ ଗିରଫ କଲା ଲୋକଙ୍କ ମଧ୍ୟରୁ ଯଦି କେହି ଜଣେ ହେଲେ କରୋନା ପଜିଟିଭ ବାହାରି ପଡିବ, ତାହେଲେ ସମଗ୍ର ଥାନାର ପୁଲିସ କର୍ମଚାରୀ ଅଯଥାରେ ଘାଣ୍ଟି ହେବେ । ଏଣୁ ରାସ୍ତାଘାଟ ରେ ମୁତୟନ ପୁଲିସ ଅଟକାଇ ପଚରାଉଚରା କଲାପରେ ସେମାନଙ୍କୁ କେବଳ ମାତ୍ର ତାଗିଦ୍ କରିଦେଇ ଛାଡି ଦେଉଛି ।

hiranchal ad1
Leave A Reply

Your email address will not be published.

five × 5 =