୩ଟି ନୂଆ ସହିତ ମହାନଗର ଅଂଚଳରେ ୬ଟି କଣ୍ଟେନମେଣ୍ଟ ଜୋନ ଘୋଷିତ: ଆଜି ୭ଜଣ ନୂଆ ପଜିଟିଭ ଚିହ୍ନଟ; ଶିକ୍ଷାନଗରୀ ବୁର୍ଲାରେ ସ୍ଥିତି ବିଗୁଡୁଛି

0 245

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଂଚଳରେ କରୋନାର କାୟା ଧିରେ ଧିରେ ବିସ୍ତାର ହେଉଛି । ଆଜି ୭ଟି ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ସଂଖ୍ୟା ୧୩୬ରେ ପହଂଚିଛି ଓ ଏମାନଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୦ ଜଣଙ୍କ ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟଙ୍କ ମଧ୍ୟରୁ ଦୁଇ ଜଣ ଭିମସାରରୁ, ଜଣେ ଭିସୁଟରୁ, ଜଣକ ଚିକିତ୍ସା ଭୁବନେଶ୍ୱର ଠାରେ ଓ ବାକି ୩ଜଣ ବସ୍ତି ଅଂଚଳରୁ ବାହାରିଛନ୍ତି । ଏଗୁଡିକ ପ୍ରାୟ ଗୋଷ୍ଠୀ ସଂକ୍ରମଣ ହୋଇ ଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ି ଯାଇଛି । ସ୍ଥାନୀୟ ପୁରୁଣା ବସ୍ତି ଅଂଚଳରେ ଗୋଟିଏ ପରେ ଆଉ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି । ଗତକାଲି ୩ଟି ନୂଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ଓ ତାହାର ପୂର୍ବଦିନ ତିନୋଟି ଘୋଷଣା କରାଯାଇଥିଲା । ଏହିପରି ଏହି ସମସ୍ତ ୬ଟି କଣ୍ଟେନମେଣ୍ଟ ଜୋନର ଚାରି ପଟେ ବଫରଜୋନ ମଧ୍ୟ ଘୋଷଣା କରାଯାଇଛି । ଏହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଯାଇଛି । ତଥାପି କିଛି ଉଦ୍ଭ୍ରାନ୍ତ ଯୁବକ କଟକଣା ଆଦି ନ ମାନି ଅକାରଣେ ଏଣେତେଣେ ବୁଲିବା ବନ୍ଦ କରୁ ନାହାନ୍ତି, ଯାହାକି ଜନସାଧାରଣ ଙ୍କ ସହିତ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ମହାନଗର ଅଂଚଳରେ ଘୋଷିତ ୬ଟି କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ଶିକ୍ଷାନଗରୀ ବୁର୍ଲାରେ ୪ଟି ଓ ବାକି ୨ଟି ସମ୍ବଲପୁର ପୁରୁଣା ବସ୍ତିରେ ରହିଛି । ବୁର୍ଲାର ଚାରୋଟି ମୁଖ୍ୟ ଶିକ୍ଷାନୁଷ୍ଠାନଙ୍କ ମଧ୍ୟରୁ ଭିସୁଟ ଓ ଭିମସାରର ସ୍ଥିତି ସାଂଘାତିକ ହୋଇଥିବା ବେଳେ ଆଗୁଆ ପ୍ରତିଶେଧାତ୍ମକ ପଦକ୍ଷେପ ନେଇଥିବାରୁ ବାକି ଦୁଇଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଆଇଆଇଏମ୍‌ରେ ଏପର୍ଯ୍ୟନ୍ତ କେହି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ଉଭୟ ଶିକ୍ଷାନୁଷ୍ଠାନ ଗୋଟିଏ କ୍ୟାମ୍ପସରେ ଅଛି ଓ ଗତ ଦୁଇ ସପ୍ତାହ ହେଲା ବନ୍ଦ ରଖାଯାଇଛି । ଭିମସାରର ସ୍ଥିତି ଧିରେ ଧିରେ ଅବନତି ଆଡ଼କୁ ଗତି କରୁଛି ଓ ସମଗ୍ର ଅଚଳର ଏହା ମୁଖ୍ୟ ଚିକିତ୍ସା ଅନୁଷ୍ଠାନ ହୋଇଥିବା ସତ୍ୱେ ଏଠାରେ ସହସ୍ରାଧିକ ରୋଗୀଙ୍କ ସ୍ଥାନରେ ଗତକାଲି ପ୍ରାୟ ୨୦୦ ରୋଗୀ ଚିକିତ୍ସିତ ହେଉଥିଲେ ।

hiranchal ad1
Leave A Reply

Your email address will not be published.

two + 15 =