ପୁଣି ସମ୍ବଲପୁର ଜିଲ୍ଲାରେ ୧୭ କରୋନା ପଜିଟିଭ ଚିହ୍ନଟ

0 104


ସମ୍ବଲପୁର:ଗତକାଲି ପରି ଆଜି ମଧ୍ୟ ୧୭ଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି ଓ ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୧୩୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତିମଧ୍ୟରେ ଶନିବାର ଦିନ ଟି ମାତ୍ର ଶୁନ୍ୟ ଚିହ୍ନଟ ହୋଇ ଖୁସିର ବାର୍ତ୍ତା ଦେଇଥିଲା, ଅନ୍ୟଥା ବିଗତ ପ୍ରାୟ ସପ୍ତାହେ ହେଲା ପ୍ରତିଦିନ ପଜିଟିଭ ଚିହ୍ନଟ ଙ୍କ ସ°ଖ୍ଯା ୨୦ ପାଖାପାଖି ରହିଛି, ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ସୋଇଛି । ଯାହାହେଉ ଏପରି ସ୍ଥିତିର ପୂର୍ବାନୁମାନ କରି ଜିଲ୍ଲାପାଳ ଶୁଭମ ସକସେନା ଗତ ୨୨ଜୁଲାଇରୁ ଦଶଦିନ ପାଇଁ ଦୁଇଟି ପର୍ଯ୍ୟାୟରେ ଶଟଡାଉନ ଘୋଷଣା କରିଛନ୍ତି ଓ ଏଥିପାଇଁ ଏଠାରେ ସ୍ଥିତି ଯଥେଷ୍ଟ ନିୟନ୍ତ୍ରଣ ରେ ରହିଛି । ଗତକାଲି ଠାରୁ ଆରମ୍ଭ ଶଟଡାଉନ ର ଦ୍ବିତୀୟ ପର୍ଯ୍ୟାୟ ରେ ସକାଳ ୬ଟାରୁ ଦ୍ବିପହର ଗୋଟାଏ ପର୍ଯ୍ୟନ୍ତ ଲୋକେ ଖାଦ୍ୟପେୟ କିଣି ପାରିବେ ବୋଲି କିରାନା, ପନିପରିବା, ଫଳମୂଳ ଓ କ୍ଷୀର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଅବଶ୍ୟ ମେଡିସିନ ଦୋକାନ ସବୁ କୁ ନିୟମିତ ରୂପେ ଖୋଲା ରଖିବା ପାଇଁ କୁହାଯାଇଛି ।
ଚାରିଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ପରେ ଗତକାଲି ସକାଳେ ଏହାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ଓ ଅଧିକା°ଶ ସ୍ଥାନରେ ଲୋକେ ଛାନିଆ ହୋଇ କିଣାକିଣି କରିବାରୁ ବଜାର ରେ ହଠାତ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜି କିନ୍ତୁ ସ୍ଥିତି ରେ ଯଥେଷ୍ଟ ଉନ୍ନତି ଦେଖା ଦେଇଛି ଓ ଗତକାଲି ପରି ଭିଡ଼ ଦେଖା ଯାଇନାହିଁ । ଶଟଡାଉନ ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ସକ୍ରିୟ ହୋଇ ଦ୍ବିପହର ଗୋଟାଏ ସମୟ ପରେ ଦୋକାନ ଗୁଡ଼ିକୁ ବନ୍ଦ କରାଉଛି । ଗତକାଲି ଏହି ନିୟମ ଉଲଘଂନ କରି କିଛି ଦୋକାନୀ ଜୋରିମାନା ଦେଲା ପରେ ଆଜି ଆଉ କେହି ସେପରି ସାହସ ଦେଖାଇବାକୁ ଚେଷ୍ଟା କରି ନଥିଲେ ।

hiranchal ad1
Leave A Reply

Your email address will not be published.

nineteen − 15 =