ସମ୍ବଲପୁରରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା

0 175

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା । ଏପର୍ଯ୍ୟନ୍ତ ସଦ୍ୟତମ ସ୍ଥିତି ଅନୁସାରେ ଏହି ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୧୬୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଓ ୫୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୬୬୧ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଦୁଇ ଦିନ ସଟଡାଉନ ପରେ ଆଜି ୋକାନ ବଜାର ଖୋଲିଛି ଓ ଜନଗହଳି ମଧ୍ୟ ବଢ଼ିଛି । ଦୋକାନ ବଜାର ଓ ରାସ୍ତାଘାଟରେ ଆଜିକାର ସ୍ଥିତି ଦେଖି ଅନେକ ଲୋକ ଆସନ୍ତାକାଲି ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଦ୍ୱିଶତକ ପାର ହୋଇଯିବାର ଆଶଙ୍କା କରୁଛନ୍ତି । ଏଠାରେ କରୋନାର ପ୍ରାଦୁର୍ଭାବ ର ସମ୍ୟକ ଅନୁଧ୍ୟାନ ଅନୁସାରେ ଗତ ଗୁରୁବାର ଦିନ ୧୦୧, ଶନିବାର ଦିନ ୧୧୪ ଓ ଆଜି ସୋମବାର ଦିନ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦି କରୋନା ଗ୍ରାଫ ଏପରି ଊର୍ଦ୍ଧ୍ୱଗାମୀ ହୁଏ ତାହେଲେ ଆଗାମୀ ଦିନର ସ୍ଥିତି ଭାବିଲେ ମନ ଆତଙ୍କିତ ହେବା ସ୍ୱାଭାବିକ । ସବୁଠାରୁ ଚିନ୍ତା ର ବିଷୟ ହେଲା ଯେ ସ୍ଥିତି ଏପରି ସଙ୍କଟାପନ୍ନ ସତ୍ତ୍ୱ ଜନସାଧାରଣଙ୍କ ମନରେ ଚେତାପଶୁ ନାହିଁ । ଆଜି ମଧ୍ୟ ଅନେକ ଅମାନିଆ ଯୁବକ ବିନା ହେଲମେଟ ଓ ବିନା ମାସ୍କ ରେ ଦୁଇ ଜଣ ଓ ତିନି ଜଣ ବସି ବାଇକ ଚଲାଉଛନ୍ତି । ସେମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପୁଲିସ ସ୍ଥାନେ ସ୍ଥାନେ ନାକାପକାଇ ଧରପକଡ କରୁଛି କିନ୍ତୁ ତାହାର ପ୍ରଭାବ କ୍ୱଚିତ ଦେଖାଯାଉଛି ।

hiranchal ad1
Leave A Reply

Your email address will not be published.

20 − 4 =