ସମ୍ବଲପୁରରେ ୫୧ ନୂଆ କରୋନା ପଜିଟିଭ ଚିହ୍ନଟ

0 184

ସମ୍ବଲପୁର : ଆଜି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ରୂପେ ଘୋଷିତ ୧୪୩୪ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଅବଦାନ ୫୧ ରହିଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ମୋଟ ସଂଖ୍ୟା ୪୯୮ରେ ପହଞ୍ଚିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗୁଡୁଛି, ଯାହାକି ଜନସାଧାରଣ ଓ ପ୍ରଶାସନ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଶୁକ୍ରବାର ଦିନ ୫୬ ଓ ଗତକାଲି ଶନିବାର ଦିନ ୩୯ ପରେ ଆଜି ୫୧ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ଘୋଷଣା ଜନସାଧାରଣଙ୍କୁ ଆହୁରି ଚିନ୍ତାରେ ପକାଇଦେଇଛି । ଏ ସମ୍ପର୍କରେ ସବୁଠାରୁ ଚିନ୍ତାର କାରଣ ହୋଇଛି, ବର୍ତ୍ତମାନ ଆମେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚି ସାରିଛୁ ଓ ଅଧିକାଂଶ ମାମଲା ଗରିବ ଖଟିଖିଆଙ୍କ ଝୁମ୍ପୁଡି ବସ୍ତି ଅଞ୍ଚଳରେ ଦେଖିବାକୁ ମିଳିଛି । ସେମାନଙ୍କ ଘରେ ଦୈନନ୍ଦିନ ଖାଇବା ପିଇବାକୁ ଅସୁବିଧା ରହିଛି ତ ସେଠାରେ ପାଇଖାନା ଥିବା କଥା ଚିନ୍ତା କରା ଯାଇ ନ ପାରେ । କିନ୍ତୁ ସଂକ୍ରମଣ ନିୟନ୍ତ୍ରଣ ନାରେ ଉକ୍ତ ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହିତ ବ୍ୟାରିକେଡ଼ କରାଯିବା ଫଳରେ ସେଠାକାର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏକଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ମୁଖ୍ୟ ସଚିବଙ୍କ ସମ୍ମୁଖରେ ଉଠାଇଛନ୍ତି । ସେ ଏ ବିଷୟରେ ଖବର ବୁଝି ଜିଲ୍ଲା ପ୍ରଶାସନକୁ ଉଚିତ ନିର୍ଦ୍ଦେଶ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + 11 =