ସମ୍ବଲପୁରରେ ଆଜି ନୂଆ ୩୨ଜଣ ପଜିଟିଭ ଚିହ୍ନଟ

0 87

ସମ୍ବଲପୁର :ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ସତ୍ତ୍ୱେ ମୃତ୍ୟୁହାରରେ ମଧ୍ୟ ଅଭିବୃଦ୍ଧି ଯୋଗୁଁ ପ୍ରଶାସନ ସହିତ ଜନସାଧାରଣଙ୍କ ଚିନ୍ତା ବଢିଚାଲିଛି । ଏପର୍ଯ୍ୟନ୍ତ ସମସ୍ତ ଆଶଙ୍କାକୁ ନିରାଧାର ପ୍ରମାଣିତ କରି ଗୋଟିଏ ପକ୍ଷେ କରୋନା ଆକ୍ରାନ୍ତଙ୍କ ଅଭିବୃଦ୍ଧି ନିୟନ୍ତ୍ରଣ ରେ ରହିଛି । ପ୍ରାୟ ମାସାଧିକ କାଳ ଯାଏଁ ଦୈନିକ ଶତାଧିକ ଆକ୍ରାନ୍ତ ରହୁଥିବା ସ୍ଥାନରେ ଏବେ ପ୍ରାୟ ଦଶଦିନ ହେଲା ଏହି ସଂଖ୍ୟା ଅର୍ଦ୍ଧଶତକ ତଳକୁ ରହୁଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ମାତ୍ର ୩୨ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଆକ୍ରାନ୍ତ ଙ୍କ ସପ୍ସଖ୍‌ଯା ୭୮୮୯ ହୋଇଛି ଓ ଏମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି ତଥା ୭୪୪୧ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ବାକି ସକ୍ରିୟ ୪୧୭ଜଣଙ୍କ ମଧ୍ୟରୁ ୫୩ଜଣ ସମ୍ବଲପୁର କୋଭିଡ ହସ୍ପିଟାଲରେ, ୫୫ଜଣଙ୍କ ବୁର୍ଲା କୋଭିଡ କେୟାର ସେଣ୍ଟରରେ ତଥା ୨୭୭ ଜଣଙ୍କ ସ୍ୱେଚ୍ଛାକୃତ ଭାବେ ହୋମ ଆଇସୋଲେଶନରେ ଚିକିତ୍ସା ଚାଲିଛି । ଏପର୍ଯ୍ୟନ୍ତ ପ୍ରାପ୍ତ ତାଜା ପରିସଂଖ୍ୟାନ ଅନୁସାରେ ଜିଲ୍ଲାରେ ସୁସ୍ଥତାହାର ୯୪.୭୧ ପ୍ରତିଶତ, ସକ୍ରିୟତା ହାର ୪.୯୦ ପ୍ରତିଶତ ଓ ମୃତ୍ୟୁହାର ୦.୩୯ ପ୍ରତିଶତ ରହିଛି । ଏହିକ୍ରମରେ ସୁସ୍ଥତାହାର ସହିତ ମୃତ୍ୟୁହାରରେ ମଧ୍ୟ ନିରନ୍ତର ଅଭିବୃଦ୍ଧି ଏଠାରେ ଚିନ୍ତାର କାରଣ ହୋଇଛି ।

hiranchal ad1
Leave A Reply

Your email address will not be published.

three + 6 =