ପାଣିପମ୍ପ ଚୋରି ଅଭିଯୋଗରେ ୪ଜଣ ଗିରଫ

0 211

ସମ୍ବଲପୁର,୫/୧୧- ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଧୀନସ୍ଥ ଖୋଖପଡାରୁ ଏକ ଭୂମିଗତ ପାଣିପମ୍ପ ଚୋରିର ପର୍ଦ୍ଦାଫାଶ କରିବା ସହିତ ଏଥିପାଇଁ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ଅକ୍ଟୋବର ୨୫ ରାତିରେ ଏହି ଚୋରି ହୋଇଥିଲା । ଏବିଷୟରେ ପମ୍ପ ମାଲିକ ପରମେ କିସାନଙ୍କ ଲିଖିତ ଆବେଦନ ଅନୁସାରେ ତାଙ୍କର ଚାଷଜମିରେ ସଞ୍ଚାଳିତ ଏକ ଗଭୀର ନଳକୂପରୁ ଚୋରମାନେ ଏହା ଖୋଳି ନେଇଥିଲେ । ଏବିଷୟରେ ମାମଲା, କେସ ନ ୧୫୭/୨୦ ରୁଜୁ ହେଲାପରେ ଥାନା ଅଧିକାରୀ ପ୍ରଦୀପ ରଣା ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ କରିବା ସହିତ ବିଭିନ୍ନ ଜାଗା ରେ ଚଢ଼ାଉ କରିଥିଲେ । ଏହି ସମ୍ପର୍କରେ ତନାଘନା ତଦନ୍ତ ପରେ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଇକେରା ଥାନା ଅଧୀନସ୍ଥ ତପଗୁଞ୍ଜା ଗାଁରେ ଏହା ଠାବ କରାଗଲା । ଏହି ଚୋରିରେ ସମ୍ପୃକ୍ତଥିବା ସେଠାକାର ଦେବରାଜ ବେହେରା (୩୦), ମଧୁ ଅତି (୨୫), ପ୍ରଦୀପ ବେହେରା (୨୬) ଓ ଯୋଗେଶ୍ୱର ନାଏକ ଙ୍କୁ ଗିରଫ କରାଯାଇଛି ।

hiranchal ad1
Leave A Reply

Your email address will not be published.

15 + fourteen =