ଭୀମସାର ଦେଇପାରୁନାହିଁ ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା !

0 482

ସମ୍ବଲପୁର,୨୧/୭: ଘୋର ଲଜ୍ଜ୍ୟା ଏବଂ ପଶ୍ଚିମଓଡିଶା ବାସୀଙ୍କ ପାଇଁ ଅପମାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସତରେ ଭୀମସାର ବୁର୍ଲା ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ବିଫଳ ହେଉଛି । ସୋସିଆଲ ମିଡିଆରେ ସୋନପୁର ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ବଳଦେବ ବେଦବାଗଙ୍କ ଫେସବୁକ୍‌ ପୋଷ୍ଟିଂ ଅନୁଯାୟୀ ବୁର୍ଲା ମେଡିକାଲ କଲେଜରେ ହାତଭଙ୍ଗା ରୋଗୀ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସୋନପୁର ଜିଲ୍ଲାର ସୁଶୀଳ ବାଗ୍‌ ନାମକ ଏହି ରୋଗୀ ଜଣକ ଅସ୍ଥିଶଲ୍ୟ ବିଭାଗର ବେଡ୍‌ ନଂ ୩୫ରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ଅନୁଯାୟୀ ତାଙ୍କ ଭଙ୍ଗାହାତର ଅପରେସନ ହେବାସହ ଷ୍ଟିଲ ରଡ୍‌ ଲାଗିବ । କିନ୍ତୁ ଭୀମସାରରେ ଷ୍ଟିଲ ରଡ୍‌ ନଥିବାରୁ ୧୫ଦିନ କୁଆଡେ ଅପେକ୍ଷା କରିବାକୁ ପଡିବ ।

hiring

ପଶ୍ଚିମ ଓଡିଶାର ନେତା ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଭୀମସାର ବୁର୍ଲାରେ ଜଣେ ଗୁରୁତର ରୋଗୀଙ୍କପାଇଁ ୧୫ଦିନ ଅପେକ୍ଷା କିମ୍ବା ନର୍ସିଂହୋମକୁ ଚିକିତ୍ସାପାଇଁ ଯିବାକୁ ବାଧ୍ୟ ହେବା ଘଟଣା କାହାକୁ ଲଜ୍ଜିତ କରୁଛି ବିଚାର କରିବାର ସମୟ । ଉଦବେଗର କଥା ଯେ ସୋନପୁରର ଏହି ରୋଗୀଙ୍କ ଘଟଣା ଏକ ନମୁନା ଭାବେ ବିଚାରକୁ ନେଲେ ସାମଗ୍ରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୀମସାରର ସମ୍ମାନ କ୍ଷୁର୍ଣ୍ଣ ହେଉଛି ।

hiranchal ad1
Leave A Reply

Your email address will not be published.

eleven − two =