ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ କଟକଣାରେ ଆହୁରି କୋହଳ ପାଇଁ ଦାବି

0 80

ସମ୍ବଲପୁର, ୧୦/୮- ସ୍ଥାନୀୟ ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ କୋଭିଡ କଟକଣାରେ ଆଉ ଅଧିକ କୋହଳ କରିବା ପାଇଁ ଦାବି କରାଯାଇଛି । ସେମାନଙ୍କ ଦାବି ଅନୁସାରେ ଗତ ବର୍ଷାଧିକ କାଳ ହେଲା କୋଭିଡ କଟକଣା ଯୋଗୁଁ ସେମାନଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏଠାକାର ପ୍ରାୟ ଦୁଇ ହଜାର ବ୍ୟବସାୟିକ ଅନୁଷ୍ଠାନ ଓ ସେମାନଙ୍କ ଅଧୀନରେ କର୍ମଚାରୀ ଓ ମଜୁରିଆ ରୂପେ କାର୍ଯ୍ୟରତ ଲକ୍ଷାଧିକ ପରିବାର ବର୍ତ୍ତମାନ ଅତି ଦୁର୍ଦ୍ଦିିନରେ କାଳାତିପାତ କରୁଛନ୍ତି । ବର୍ତ୍ତମାନ ସରକାର କଟକଣା କୋହଳ କରୁଥିବାବେଳେ ବିବାହ, ବ୍ରତ କାର୍ଯ୍ୟକ୍ରମରେ ଯେଉଁ ୫୦ ଲୋକଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯାଇଛି ସେଥିରେ କୋହଳ କରାଯାଇ ଅନ୍ୟୁନ ୩ଶହ ଲୋକଙ୍କୁ ସାମିଲ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି । ଏହା ଦ୍ୱାରା ସେମାନଙ୍କ ବ୍ୟବସାୟ ତିଷ୍ଠିପାରିବ । ଏଣୁ କାର୍ଯ୍ୟକ୍ରମ ପାଇଁ ଅତି କମରେ ୩ ଶହ ଜଣଙ୍କ ପାଇଁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 + 18 =