ବରିଷ୍ଠ ଓକିଲ ଦୁର୍ଗା ଶଙ୍କର ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି

0 79

ମ୍ୱଲପୁର, ୩/୭-ସମ୍ୱଲପୁରର ଜଣେ ସୁନାମଧନ୍ୟ ବରିଷ୍ଠ ଓକିଲ, ପଟ୍ଟନାୟକ ପଡା ନିବାସୀ ଦୁର୍ଗାଶଙ୍କର ବହିଦାରଙ୍କ ୯୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଅବିଭକ୍ତ ସମ୍ୱଲପୁର ଜିଲ୍ଲାର ଏବଂ ସମଗ୍ର ପଶ୍ଚିମ ଓଡିଶାର ଜଣେ ସୁପରିଚିତ ବରିଷ୍ଠ ଓକିଲ ଭାବରେ ସୁଖ୍ୟାତି ଲାଭ କରିଥିଲେ । ସମ୍ୱଲପୁର ଓକିଲ ସଂଘର ସଭାପତି ଥିଲେ, ଚିତ୍ରଗୁପ୍ତ କଲ୍ୟାଣ ସଂଘର ସଭାପତି ଥିଲେ ଏବଂ ବହୁ ସାମାଜିକ ସାଂସ୍କ୍ରୁତିକ ସେବା ଅନୁଷ୍ଠାନମାନଙ୍କ ସହିତ ଜଡିତ ରହି ସାହାଯ୍‌ଯ ସହଯୋଗର ହାତ ବଢାଉଥିଲେ । ସେ ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ଚେଷ୍ଟିତ ରହିଥିଲେ । ସେ ଜଣେ ସଂସ୍କ୍ରୁତି ସମ୍ପନ୍ନ ଭଲ ମଣିଷ ଭାବରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଜନସାଧାରଣ ଗଭୀର ଭାବରେ ଦୁଃଖିତ, ମର୍ମାହତ ଏବଂ ଶୋକଗ୍ରସ୍ତ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଠାରେ ତାଙ୍କର ଅମର ଆତ୍ମାର ଚିରଶାନ୍ତି ଏବଂ ସଦଗତି ନିମନ୍ତେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ଆତ୍ମା ପ୍ରତି ସଶ୍ରଦ୍ଧ ବିନମ୍ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

fourteen − 1 =