ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି

0 200

ସମ୍ବଲପୁର, ୧୦/୮- ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନସେନା ପକ୍ଷରୁ ଏହି ମର୍ମରେ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ଦାବିପତ୍ର ଅନୁସାରେ ବର୍ତ୍ତମାନ ଉକ୍ତ ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନ ଅଧୀନରେ ରହିବା ଦ୍ୱାରା ଜିଲ୍ଲାବାସୀଙ୍କୁ ଉଚିତ ନ୍ୟାୟ ମିଳିପାରୁ ନାହିଁ । ସେମାନଙ୍କ ଜିଲ୍ଲା ସଦର ମହକୁମା ଠାରୁ ବ୍ରହ୍ମପୁର ୨୩୦ କିଲୋମିଟର ଦୂରରେ ଥିବା ସ୍ଥଳେ ସମ୍ବଲପୁର ମାତ୍ର ୯୫ କିଲୋମିଟର ଦୂରରେ ରହିଛି ।

hiring

ପୁନଶ୍ଚ ଭାଷା, ସଂସ୍କୃତି ରୀତିନୀତି ଓ ବୈବାହିକ ସମ୍ପର୍କ ଦୃଷ୍ଟିରୁ ସେମାନଙ୍କ ସମ୍ବଲପୁର ଅଞ୍ଚଳ ସହିତ ଉତ୍ତମ ଓ ନିକଟତର ସମ୍ବନ୍ଧ ରହିଛି । ଉଚ୍ଚଶିକ୍ଷା ଦୃଷ୍ଟିରୁ ଉକ୍ତ ଜିଲ୍ଲା ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇ ରହିଛି, ଏଣୁ ସେମାନଙ୍କ ପାଇଁ ସମ୍ବଲପୁର ଯିବାଆସିବା ଲାଗିରହିଛି । ଏହିସବୁ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡ଼ିଭିଜନ ସହିତ ସାମିଲ କରିବା ପାଇଁ ସେମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + one =