ତ୍ୱରିତ ବିଚାର ପାଇଁ ଜିଲ୍ଲାସ୍ତରୀୟ ଅଦାଲତ କାମ ଆରମ୍ଭକଲା

0 81

ସମ୍ବଲପୁର, ୩/୭- ଶିଶୁମାନଙ୍କ ଉପରେ ଯୌନ ଉତ୍ପୀଡନ ମାମଲାର ବିଚାରପାଇଁ ଜିଲ୍ଲାସ୍ତରରେ ପ୍ରାୟ ଚାରି ବର୍ଷ ହେଲା ପୋକସୋ ଅଦାଲତ କାର୍ଯ୍ୟକାରୀ ହେଉଛି । ଏଥର ଉକ୍ତ ଅଦାଲତରେ ତ୍ୱରିତ ବିଚାର ପାଇଁ ସମଗ୍ର ରାଜ୍ୟରେ ସମ୍ବଲପୁର ଓ କଳାହାଣ୍ଡି ସହିତ ପାଞ୍ଚଟି ଜିଲ୍ଲାରେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଇଛି ଓ ଏଥିପାଇଁ ଜଣେ ଅତିରିକ୍ତ ଜିଲ୍ଲାଜଜଙ୍କୁ ଦାୟତ୍ୱ ଦିଆଯାଇଛି । ଏ ବିଷୟରେ ଜିଲ୍ଲା ଓକିଲ ସଂଘ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଅଦାଲତରେ ଜିଲ୍ଲାଜଜଙ୍କ ଅଧୀନରେ ପାଞ୍ଚଟି ଅତିରିକ୍ତ ଜିଲ୍ଲା ଜଜ କାର୍ଯ୍ୟ କରୁଛନ୍ତି । ସେମାନେ ହେଲେ ଜଣେ ତ ଜିଲ୍ଲା କୋର୍ଟର ଦୈନନ୍ଦିିନ ପ୍ରଶାସନିକ କାର୍ଯ୍ୟ ବୁଝନ୍ତି, ଜଣେ ଶିଶୁଙ୍କ ଉପରେ ଯୌନ ଅପରାଧ (ପୋକସୋ), ଜଣେ ସୂଚନା ପ୍ରଯୁକ୍ତି (କମ୍ପ୍ୟୁଟର) ଅପରାଧ, ଜଣେ ପରିବାର କୋର୍ଟ ଓ ଜଣେ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର କରନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ଶିଶୁଙ୍କ ଉପରେ ଯୌନାପରାଧ ବଢୁଥିବା ପରିପ୍ରେକ୍ଷୀରେ ଏପରି ବିଶେଷ ପଦକ୍ଷେପ ନିଆଯାଇଛି ଓ ଏହି ସନ୍ଦର୍ଭରେ ସମ୍ବଲପୁର ଜିଲ୍ଲା ଅଦାଲତରେ ଏହା କାର୍ଯ୍ୟକାରୀ କରାଯାଉଛି ।

hiranchal ad1
Leave A Reply

Your email address will not be published.

five + one =