ଶିକ୍ଷାନଗରୀ ବୁର୍ଲାରେ କରୋନାସ୍ଥିତି ଉଦବେଗଜନକ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

0 91

ସମ୍ବଲପୁର,୭/୭- ସ୍ଥାନୀୟ ଉପନଗରୀ ବୁର୍ଲାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚାରୋଟି ଅନୁଷ୍ଠାନ ରହିଥିବାରୁ ଏହାକୁ ଶିକ୍ଷାନଗରୀ କୁହାଯାଏ । ସେଠାକାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଦୀପକ କୁମାର ବେହେରା ଆଗାମୀ ୧୩ଜୁଲାଇ ପର୍ଯ୍ୟନ୍ତ ଏକସପ୍ତାହ ପାଇଁ ସଟଡାଉନରେ ରଖିବାପାଇଁ ଘୋଷଣା କରିଛନ୍ତି । ଏହି ସମୟରେ କେହି ସେଠାକୁ ଯିବେ ନାହିଁ ଓ କେହି ସେଠାରୁ ଆସିବେ ନାହିଁ ବୋଲି ସ୍ପଷ୍ଟ ରୂପେ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁମାନେ ଆଗରୁ “ୱର୍କିଂ ଫ୍ରମ ହୋମ’ ସ୍ଥିତିରେ ଥିଲେ ସେମାନେ ବର୍ତ୍ତମାନ ମଧ୍ୟ ସେହିପରି କାମ କରିବେ ବୋଲି କୁହାଯାଇଛି । ବସ୍ତୁତଃ ବୁର୍ଲାର ସ୍ଥିତିରେ ଅବନତି ଆରମ୍ଭ ହେଲା ସେଠାକାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରୁ । ସେଠାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ଜଣେ ମହିଳା ଅଧ୍ୟାପିକା ତାଙ୍କ ସ୍ୱାମୀଙ୍କ ପାଖକୁ ଅନୁଗୁଳ ଯାଇଥିଲେ, ଯିଏକି କରୋନା ପଜିଟିଭ ବାହାରିଲେ, ଏଣୁ ସେଠାରୁ ସଂକ୍ରମିତ ହୋଇ ଅଧ୍ୟାପିକା ଜଣକ ଫେରିଲା ପରେ ସେ ସଙ୍ଗରୋଧରେ ରହିଲେ ନାହିଁ ଓ ସମସ୍ତଙ୍କ ସହିତ ମିଳାମିଶା କଲେ । ଏପରି ସ୍ଥିତିରେ ଭିସୁଟରେ ସଂକ୍ରମଣ ବଢିବାରୁ ସେଠାରେ ପ୍ରଥମେ ଶଟଡାଉନ ଘୋଷଣା କରାଗଲା । ଏହା ପରେ ଭିମସାରରେ କିଛି ଲୋକଙ୍କ ଅସାବଧାନତା ଯୋଗୁଁ ସେଠାରେ ମଧ୍ୟ ସଂକ୍ରମଣ ଦେଖାଗଲା । ଏହି ଦୁଇ ଅନୁଷ୍ଠାନରୁ କିଛି ଲୋକେ ବୁର୍ଲା ଦୈନିକ ବଜାରକୁ ଅବାଧରେ ଯିବାଆସିବା କରୁଥିଲେ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ କିଛି ଲୋକେ ସେଠାକୁ ନିଶ୍ଚୟ ଯିବାଆସିବା କରିଛନ୍ତି । ଏଣୁ ବିଶ୍ୱବିଦ୍ୟାଳୟ କ୍ୟାଂପସରେ ସଂକ୍ରମଣ ଆଶଙ୍କାକରି କୁଳପତି ପ୍ରୋ ବେହେରା ଶଟଡାଉନ କରିବାକୁ ବାଧ୍ୟ ହେଲେ । ଇତିମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ କରୋନା ପଜିଟିଭଙ୍କ ମୋଟସଂଖ୍ୟ।। ୯୮ରେ ପହଞ୍ଚିଛି, କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ମାମଲା ବିଭିନ୍ନ ବ୍ଲକ ଟିଏମସିରେ ଦେଖାଯାଇଛି ଓ ସମ୍ବଲପୁର ନଗରର ସ୍ଥିତି ଏପର୍ଯ୍ୟନ୍ତ ଅନେକାଂଶରେ ସୁରକ୍ଷିତ ରହିଛି ।

hiranchal ad1
Leave A Reply

Your email address will not be published.

four − four =