ଓଡିଶା ଜୀବିକା ମିଶନରେ ଅନିୟମିତତା ନେଇ ଅଭିଯୋଗ

0 121

ସମ୍ବଲପୁର, ୧୮/୭- ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଳକ ଶାସନ ପଂଚାୟତରେ ଘଟିତ ଏକ ଅଭାବନୀୟ ଘଟଣା ଅନୁସାରେ ଓଡ଼ିଶା ଜୀବିକା ମିଶନରେ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାପ୍ତ ଏହି ଅଭିଯୋଗ ଅନୁଯାୟୀ ପଞ୍ଚାୟତସ୍ତରୀୟ ବିଭିନ୍ନ ପଦପଦବୀ ପାଇଁ ଚୟନ ପ୍ରକ୍ରିୟାରେ ଉଚିତ ଭାବରେ ହିତାଧିକାରୀ ମାନଙ୍କୁ ଚିହ୍ନଟ ନକରି ମନଇଚ୍ଛା ଚୟନ କରାଯାଇଛି । ଉକ୍ତ ଚୟନ ପ୍ରକିୟାରୁ ବଞ୍ଚିତ ଜଣେ ମହିଳା ଜୟନ୍ତୀ ବାଗ ଏପରି ଅଭିଯୋଗ ଆଣିଛନ୍ତି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଘୋଷିତ ୫ଟି ସିଦ୍ଧାନ୍ତର ସର୍ବ ପ୍ରଥମ ପାରଦର୍ଶିତାର ଉଲଂଘନ ହୋଇଛି । ଅଭିଯୋଗକାରୀଙ୍କ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଅନୁଯାୟୀ ଓଡ଼ିଶା ଜୀବିକା ମିଶନ ପାଇଁ ବାହାରିଥିବା ବିଭିନ୍ନ ପଦପଦବୀ ନିଯୁକ୍ତିରେ ତାଙ୍କର ଯୋଗ୍ୟତା ରହିଥିବାରୁ ସେ ଫର୍ମ ଭରିଥିଲେ । ଏବଂ ଏଥିପାଇଁ ଆବେଦନ ମଧ୍ୟ କରିଥିଲେ କିନ୍ତୁ କାହିଁକି ତାଙ୍କୁ ଇଣ୍ଟରଭ୍ୟୁରୁ ବାଦ ଦିଆଗଲା ସେ ବିଷୟରେ ତାଙ୍କୁ କିଛି ଜାଣିବାକୁ ମିଲିଲା ନାହିଁଁ । ଗତକାଲି ଜାଣିବାକୁ ମିଲିଲା ଯେ ଉକ୍ତ ଇଣ୍ଟରଭ୍ୟୁ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ତେଣୁ ଜୟନ୍ତୀ ଏବିଷୟରେ ଜିଲ୍ଲାପାଳଙ୍କ ଠାରେ ଅନଲାଇନରେ ଆପତ୍ତିକରି ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କର ଅଭିଯୋଗ ଅନଲାଇନ ପଞ୍ଜିକୃତ ହେବା ସହିତ ଏବିଷୟରେ ଜିଲ୍ଲାପାଳ ନିଜେ ତଦନ୍ତ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =