ସ୍ୱରେଜ ଅଧିକାରୀଙ୍କୁ ଘେରିଲା ଧନୁପାଲି ନାଗରିକ କମିଟି

0 72

ସମ୍ବଲପୁର, ୩/୮- ସ୍ଥାନୀୟ ଧନୁପାଲିର ସ୍ୱରେଜ ସମସ୍ୟାକୁ ନେଇ ଅସନ୍ତୋଷ ଜନସାଧାରଣ ସ୍ୱରେଜ ଅଧିକାରୀଙ୍କ ନିକଟରେ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱରେଜ ବୋର୍ଡର ପ୍ରକଳ୍ପ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ ଓ ସହକାରୀଯନ୍ତ୍ରୀ ହୃଦୟାନନ୍ଦ ସ୍ୱାଇଁ ନିଜ ବିଭାଗୀୟ ଅଧିକାରୀଙ୍କ ଗହଣରେ ଧନୁପାଲି ଓ ଗୋବିନ୍ଦତୋଳା ଅଂଚଳର ସ୍ୱରେଜ କାମ ପରିଦର୍ଶନ କରିବାକୁ ଆସିଥିବା ସମୟରେ ଧନୁପାଲି ନାଗରିକ ସମନ୍ୱୟ ସମିତି ସଦସ୍ୟମାନେ ସେମାନଙ୍କୁ ଭେଟି ଧନୁପାଲି ଶଙ୍କରମଠ ଓ ଧନୁପାଲି ଗୋବିନ୍ଦତୋଲା ରାସ୍ତାର ଦୂରାବସ୍ଥା ବିଷୟରେ ଅବଗତ କରାଇଥିଲେ । ଲୋକଙ୍କ ନାହିଁନଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତାକାମ ସମ୍ପୂର୍ଣ୍ଣ କରିବାକୁ ନାଗରିକ କମିଟି ଦାବି କରିଥିଲେ । ତାଙ୍କ ଅସୁବିଧାକୁ ବୁଝିପାରି ବର୍ତ୍ତମାନ ବର୍ଷା ଦିନ ପିଚୁକାମ ହୋଇପାରୁ ନଥିବା ପରିପ୍ରେକ୍ଷୀରେ, ଅସହାୟତା ପ୍ରକାଶକରି ବର୍ଷା ପରେ ରାସ୍ତା ଉପରେ ପିଚୁହୋଇ ପୂର୍ବାବସ୍ଥାକୁ ଆସିବ ବୋଲି ସେମାନେ ଉପସ୍ଥିତ ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ଅସୁବିଧାକୁ ଏଡାଇବା ପାଇଁ ବିକଳ୍ପ ସ୍ୱରୂପ ଆସନ୍ତାକାଲିଠାରୁ ଏହି ରାସ୍ତାର ଖାଲଗାଡ ସବୁ ମରାମତି ଆରମ୍ଭ କରାଯାଇ ଯଥାସମ୍ଭବ ଉପଯୋଗୀ କରାଯିବାକୁ ମଧ୍ୟ ସେମାନେ ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ ପାଇଁ ବିଭିନ୍ନ ସ୍ଥାନରେ ହୋଇଥିବା ନିମ୍ନମାନର କାମକୁ ଦର୍ଶାଇ ଏହିକାମକୁ ପୁନର୍ବାର କରିବାପାଇଁ ନାଗରିକ କମିଟି ତରଫରୁ ଦାବି ହୋଇଥିଲା । ଏହି ଆଲୋଚନା ସମୟରେ ନାଗରିକ କମିଟି ତରଫରୁ ଆବାହକ ରାଜେନ୍ଦ୍ର କୁମାର ପଣ୍ଡା, ଶ୍ୱେତ ପଣ୍ଡା, ଉପେନ୍ଦ୍ର ମାଝି, ତପନ ଗୁରୁ, ମହେନ୍ଦ୍ର ବିଶ୍ୱାଳ, ଶରତ ପାଢ଼ୀ, ସୌରଭ ମହାପାତ୍ର, ମୁରଲୀ ପାତ୍ର, ବୁଲୁ ମହାପାତ୍ର, ପ୍ରଫୁଲ୍ଲ ଗୁରୁ ଓ ସଂଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × five =