ବର୍ଷାପରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢି ୬୦୨ ଫୁଟ ଟପିଲା

0 93

ସମ୍ବଲପୁର, ୨୦/୬- ଏବର୍ଷ ମନସୁନର ଆଗମନ ପରେ ହୀରାକୁଦ ବନ୍ଧ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି । ହୀରାକୁଦ ବନ୍ଧ କଣ୍ଟ୍ରୋଲ ରୁମ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହି ଜଳଭଣ୍ଡାରର ଜଳସ୍ତର ୬୦୨.୩୭ ଫୁଟ ରେକର୍ଡ କରାଯାଇଛି, ଯଦିଓ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ଯାଏଁ ରହିବା ପ୍ରାବଧାନ ରହିଛି । ପ୍ରାୟ ସପ୍ତାହେ ପୂର୍ବେ ପ୍ରଚଣ୍ଡ ଖରାଯୋଗୁଁ ଏହାର ଜଳସ୍ତର ଶୁଖି ୬୩୦ ପର୍ଯ୍ୟନ୍ତ ଖସିଯାଇ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ସକାଳେ ଜଳଭଣ୍ଡାର ଭିତରକୁ ୩୬,୮୫୪ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ସେହି ସମୟରେ ଜଳଭଣ୍ଡାରରୁ ୧୭,୧୬୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା, ଯେଉଁଥିରେ ପାୱାର କେନାଲ ଦେଇ ୧୬,୩୦୩ କ୍ୟୁସେକ ନିଷ୍କାସନ ସାମିଲ ଥିଲା । ଏଥିରୁ ସ୍ପଷ୍ଟ ଯେ ନିଷ୍କାସିତ ଜଳରାଶିର ଅଧିକାଂଶ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହେଉଥିଲା । ବର୍ତ୍ତମାନ କେବଳ ମାତ୍ର ବୁର୍ଲା ପାୱାର ହାଉସ ସକ୍ରିୟ ରହିଛି ଓ ସେଥିରୁ ହାରାହାରି ୯୫.୬୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି ଓ ଚିପିଲିମା କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି ।

hiranchal ad1
Leave A Reply

Your email address will not be published.

4 × five =