ବିପୁଳ ପରିମାଣର ଗଛ ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଢିବ

0 83

ସମ୍ବଲପୁର,୧୫/୭- ବିଶ୍ୱସ୍ତରୀୟ ମହାମାରୀ କରୋନାରୁ ସୁରକ୍ଷା ପାଇଁ ଜନସମାଜକୁ ଯଥେଷ୍ଟ ଅମ୍ଳଜାନ ଯୋଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମବାସୀ ଅଣ୍ଟା ଭିଡି ବାହାରିଛନ୍ତି । ଏହି ଗ୍ରାମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ୱେଛାସେବୀ ଅନୁଷ୍ଠାନ ମାଧ୍ୟମରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବୃକ୍ଷରୋପଣ କରାଯାଉଛି । ଏହି ଶୃଙ୍ଖଳାରେ ଆଜି ସ୍ଥାନୀୟ ରାମଚଣ୍ଡୀ ଉଦ୍ୟାନରେ ୧୦୦ ଟି ଆମ୍ବ ଚାରା ସହିତ ଅନ୍ୟାନ୍ୟ ଜାତିର ଚାରା ମଧ୍ୟ ଲଗାଯାଇଛି । ଏହି କର୍ଯ୍ୟକ୍ରମରେ ଜୟନାରାୟଣ ସାହୁ, ପ୍ରଭାତ ସାହୁ, ଦେବବ୍ରତ ସାହୁ, ପ୍ରକୃତିବନ୍ଧୁ ଦେବାଶିଷ ସାହୁ ସହିତ ବିଶାଲଖିଣ୍ଡାର ଗ୍ରାମବାସୀ ପ୍ରମୁଖ ସାମିଲ ଥିଲେ । ପୁନଃ ରବିବାର ଦିନ ରାମଚଣ୍ଡୀ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବିଷୟରେ ମଧ୍ୟ ଆଜି ଘୋଷଣା କରାଯାଇଛି । ଏଣୁ ସମସ୍ତ ସ୍ୱେଚ୍ଛାସେବୀ ବା ବୃକ୍ଷକୁ ଭଲ ପାଉଥିବା ସହୃଦୟ ବ୍ୟକ୍ତି ବିଶେଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ବିଶାଲଖିଣ୍ଡା କୁଲତା ସମାଜର ସଭାପତି ସଚ୍ଚିଦାନନ୍ଦ ପ୍ରଧାନ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 14 =