ପୁଲିସର ରାତିଅଧିଆ ଚଢାଉରେ ଅପହୃତ ବ୍ୟବସାୟୀ ଉଦ୍ଧାର ବନ୍ଧୁକମୁନରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଦିବାଲୋକ ଅପହରଣ ଘଟଣା

0 171

ସମ୍ବଲପୁର,୧୧/୭- ସ୍ଥାନୀୟ ଶାସନ ଅଞ୍ଚଳରୁ ଗତକାଲି ମଧ୍ୟାହ୍ନ ସମୟରେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ଅଧରାତିରେ ଖୋଜି ଉଦ୍ଧାର କରିବାରେ ସଫଳ ହୋଇଛି । ପୁଲିସର ଏହି ସଫଳତା ବିଷୟରେ ସମ୍ବଲପୁର ପୁଲିସ ଅଧିକ୍ଷକ ଡ଼ା କେ ଭି ସିଂହ ଗତରାତି ପ୍ରାୟ ୧୨.୩୦ରେ ମିଡିଆକୁ ହ୍ୱାଟସଅପ ଜରିଆରେ ଜଣାଇଥିଲେ । ସେ ପୁଣି କହିଛନ୍ତି ଯେ ସଦର ଏସଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ତିନୋଟି ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି ଓ ଏହି ଅପହରଣ କାଣ୍ଡ ପଛରେ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଧରିବାରେ ସଫଳ ହେବେ । ଏଠାକାର ଜଣେ ପ୍ରତିଷ୍ଠିତ ଷ୍ଟିଲ ବ୍ୟବସାୟୀ ସବୁଦିନ ପରି ଗତକାଲି ତାଙ୍କର ବରେଇପାଲି ସ୍ଥିତ ବାସଭବନରୁ ପ୍ରାୟ ୧୦ଟା ସମୟରେ ନିଜ କାର ଯୋଗେ ଶାସନ ପାଖ ତାଙ୍କର ନିର୍ମାଣାଧୀନ ଗୋଦାମକୁ ଆସି ସେଠାରେ କାନ୍ଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ଏହି ସମୟରେ ଚାରିଜଣ ସଶସ୍ତ୍ର ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କର କାରଚକକୁ କ୍ଷତିଗ୍ରସ୍ତ କରିବା ସହିତ ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରି ନେଇଥିଲେ ।

hiring

ଏନେଇ ନିକଟସ୍ଥ ଶାସନ ଥାନାକୁ ଖବର ଦେବା ସହିତ ସେଠାରେ ଏକ ମାମଲା ରୁଜୁ କରାଯାଇଥିଲା । ଏଦିଗରେ ତତ୍ପରତା ଦେଖାଇ ପୁଲିସ ପକ୍ଷରୁ ପାଞ୍ଚଟି ଟିମ୍ ଗଠନକରି ଅପହୃତ ନରେଶକୁ ଚତୁର୍ଦ୍ଦିଗରେ ଖୋଜିବାପାଇଁ ବାହାରିଥିଲେ । ଏହାପରେ ବିଳମ୍ବିତ ରାତିରେ ପୁଲିସ ତାକୁ ଉଦ୍ଧାର କରିବା ବିଷୟରେ ନିଜେ ପୁଲିସ ଅଧିକ୍ଷକ ଜଣାଇଥିଲେ । ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ ପୁଲିସ ପକ୍ଷରୁ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଭୟରେ ନରେଶକୁ ରୋଡ଼ ଉପରେ ଛାଡି ଅପହରଣକାରୀ ଫେରାର ହୋଇଯାଇଥିଲେ ।

hiranchal ad1
Leave A Reply

Your email address will not be published.

19 + 9 =