ମହାନଦୀ ଗର୍ଭରେ ଜଳଭଣ୍ଡାର ପାଇଁ ଅନୁଧ୍ୟାନ

0 191

ସମ୍ବଲପୁର,୨୮/୬- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱକାଳ ଶାସନରେ ରହିଲା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡରେ ମହନଦୀରେ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ଚିନ୍ତା ପଶିଛି । ଏ ବିଷୟରେ ରାଜ୍ୟ ଜଳ ସଂସାଧନ ବିଭାଗୀୟ ସୂତ୍ରରୁ ହସ୍ତଗତ ଏକ ସୂଚନା ଅନୁସାରେ ଏଥିପାଇଁ ଏ ଦିଗରେ ଅନୁଧ୍ୟାନ କରିବାପାଇଁ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ଗଠିତ ହୋଇଛି । ସେମାନେ ମହାନଦୀରେ ପ୍ରବାହିତ ଜଳ ସଂରକ୍ଷଣ ପାଇଁ ନଦୀଗର୍ଭରେ ହିଁ ଜଳଭଣ୍ଡାର ନିର୍ମାଣ କେତେଦୂର ସମ୍ଭବ ସେ ବିଷୟରେ ବୁଲି ଅନୁଧ୍ୟାନ କରିବେ । ଏଥିପାଇଁ ଆପାତତଃ ଚାରୋଟି ସ୍ଥାନ ଗୋଧନେଶ୍ୱର, ଦେଓଗାଁ, ଖଇରମାଳ ସହିତ ଗଣିଆ-ନରସିଂହପୁର ନିରୂପଣ କରାଯାଇଛି । ଉକ୍ତ ବୈଷୟିକ ଦଳ ଏହି ଚାରୋଟି ସ୍ଥାନ ବୁଲି ସେଠାରେ ଜଳଭଣ୍ଡାର ନିର୍ମାଣ ପାଇଁ ଆବଶ୍ୟକ ଉପାଦାନ ଓ ସ୍ଥିତି ବିଷୟରେ ବିଷଦ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ପ୍ରାପ୍ତ ରିପୋର୍ଟ ଉପରେ ଆଉ ଅଧିକ ଆଲୋଚନା କଲାପରେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ ଜଳ ସଙ୍କଟ ସତ୍ୱେ ପ୍ରତିବର୍ଷ ମହାନଦୀର ସମସ୍ତ ଜଳ ବୋହି ସମୁଦ୍ରରେ ମିଶିଯାଉଛି । ଏହି ଉପଲବ୍ଧ ଜଳରାଶିର ସୁବିନିଯୋଗ ନିମନ୍ତେ ରାଜ୍ୟରେ ହୀରାକୁଦ ନଦୀବନ୍ଧ ଓ ନରାଜଠାରେ ବରାଜ ମାତ୍ର ଦୁଇଟି ସଂରଚନା ନିର୍ମାଣ ହୋଇଛି । ଏହା ବ୍ୟତୀତ ଆଉ କିଛି ପ୍ରଚେଷ୍ଟା ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ବାରମ୍ବାର ଶରବ୍ୟ ହେବାକୁ ପଡୁଛି ।

hiranchal ad1
Leave A Reply

Your email address will not be published.

14 − 11 =