ଦୂଷିତ ପାନୀୟଜଳ ଯୋଗାଣ: ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଗିଦ୍‌ କଲେ ଜିଲ୍ଲା ଓକିଲ ସଂଘ

0 117

ସମ୍ବଲପୁର, ୧୭/୭- ଭଲ ଭାବେ ବିଶୋଧନ ନ ହୋଇ ପାଇପରେ କାଦୁଅମିଶା ଦୂଷିତ ପାଣି ଆସୁଥିବା ବାରମ୍ବାର ଅଭିଯୋଗ ପରିପ୍ରେକ୍ଷୀରେ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ସ୍ଥାନୀୟ ଫିଲଟରେଶନ ପ୍ଲାଣ୍ଟ ବା ଜଳ ବିଶୋଧନାଗାର ବୁଲି ଦେଖିଲେ ଓ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି । ଜିଲ୍ଲା ଓକିଲ ସଂଘ ସାଧାରଣ ସମ୍ପାଦକ ରବି ପୂଝାରୀ ଏବିଷୟରେ ଜଣାଇଛନ୍ତି ଯେ ସ୍ଥାନୀୟ ଜନସ୍ୱାର୍ଥ ପ୍ରତି ସଂଘ ସଜାଗ ରହିଛି ଓ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଆସିବାପରେ ସଂଘ ସଭାପତି ପ୍ରମୋଦ ରଥଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତ୍ତା ସତ୍ୟାସତ୍ୟ ଜାଣିବା ପାଇଁ ବିଶୋଧନାଗାର ପରିଦର୍ଶନ କରିଥିଲେ । ସେଠାରେ ସ୍ଥିତି ଅନୁଧ୍ୟାନ କଲାପରେ ସମ୍ବଦ୍ଧ ଅଧିକାରୀଙ୍କୁ ଭେଟି ଏବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ଓ ଏଥିପାଇଁ ବିହିତ ପଦକ୍ଷେପ ନେବାପାଇଁ ତାଗିଦ୍‌ କରିଛନ୍ତି । ପ୍ରତିବର୍ଷ ମନସୁନ ଆଗମନ ପରେ ଘରେ ଘରେ ପହଞ୍ଚୁ ଥିବା ପାଇପ ପାଣିରେ କାଦୁଅ ମିଶି ଆସୁଥିବା ଅଭିଯୋଗ ଆସେ ଓ ଏଥିପାଇଁ ବିଭାଗୀୟ ଅବହେଳା ଦାୟୀ ବୋଲି ସେ କହିଛନ୍ତି । ଦୂଷିତ ପାଣି ବ୍ୟବହାର ଯୋଗୁଁ ସ୍ଥାନୀୟ ଲୋକେ ନାନାଦି ରୋଗ ସଂକ୍ରମଣର ଶିକାର ହେବା ଆଶଙ୍କା ରହୁଛି ।

hiranchal ad1
Leave A Reply

Your email address will not be published.

twenty − six =