ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣପାଇଁ ସମ୍ବଲପୁରରୁ ମାଟି ଓ ପାଣି ପଠାଗଲା

0 117

ସମ୍ବଲପୁର,୨୫/୭- ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏଥିପାଇଁ ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ଭକ୍ତମାନଙ୍କ ସମର୍ଥନ ଓ ସାହାଯ୍ୟର ସୁଅ ଛୁଟୁଛି । ସମସ୍ତଙ୍କର ଇଚ୍ଛା ଯେ ଏହି ପୂଣ୍ୟ କାର୍ଯ୍ୟରେ ତାଙ୍କର କିଛିନାକିଛି ଯୋଗଦାନ କିମ୍ବା ସାଙ୍କେତିକ ଉପସ୍ଥିତି ରହୁ । କେହି ବିଶେଷ କିଛି ଯୋଗଦାନ କରିନ ପାରିଲେ ମଧ୍ୟ ସମୁଦ୍ରରେ ଶ୍ରୀରାମ ସେତୁ ନିର୍ମାଣରେ ଗୁଣ୍ଡୁଚିମୂଷା ପରି ହେଲେ ଯଥାସମ୍ଭବ ଯୋଗଦାନ ପାଇଁ ସମସ୍ତଙ୍କ ସଦିଚ୍ଛା ରହିଛି ।ଏହି ପରିପ୍ରେକ୍ଷୀରେ ଏଠାକାର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରରୁ ସାମାନ୍ୟ କିଛି ପରିମାଣରେ ପୂଣ୍ୟମାଟି ଓ ଚିରପ୍ରବାହିତା ମହାନଦୀର ପବିତ୍ର ଜଳ ସେଠାକୁ ପଠାଯାଇଛି । ଏଣୁ ଅଯୋଧ୍ୟାରେ ଐତିହାସିକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣରେ ଏହିପରି ସମ୍ବଲପୁରର ଉପସ୍ଥିତି ରହିବ, ଯାହାକି ଏଠାରେ ସମସ୍ତଙ୍କୁ ଉତ୍ସାହିତ କରୁଛି ।

hiranchal ad1
Leave A Reply

Your email address will not be published.

thirteen + four =