ସାମାନ୍ୟ ଉତ୍ତେଜନା ସତ୍ୱେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ

0 329

ସମ୍ବଲପୁର,୫/୮- ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂ କ୍ଷୀ ସମ୍ବଲେଶ୍ୱରୀ ପରିଯୋଜନା ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଅନ୍ତର୍ଗତ ପ୍ରଥମେ ସରକାରୀ ଭୂମିରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ହାତକୁ ନିଆଯାଇଛି । ଏହି କ୍ରମରେ ଗତ ତିନି ଦିନ ଧରି ସ୍ଥାନୀୟ କମଲିବଜାର ଅଞ୍ଚଳରେ ଫିଶେରୀ କଲୋନୀ କ୍ୱାଟରଗୁଡିକୁ ଭଙ୍ଗାଯାଉଛି । ଏହି ସମୟରେ ଉକ୍ତ ଅଞ୍ଚଳ ସହିତ ସଂଲଗ୍ନ ଘୁନଘୁଟିପଡାରେ ଆଜି ଉଚ୍ଛେଦକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁରରେ ପ୍ରତିଷ୍ଠିତ ମତ୍ସ୍ୟ ପାଳନ ବିଭାଗ ଏକଦା ସକ୍ରିୟ ରହିଥିଲା ସେଥିପାଇଁ ଅନେକ ସରକାରୀ କ୍ୱାଟର ମଧ୍ୟ ନିର୍ମାଣ କରାଯାଇଥିଲା । ଉକ୍ତ ବିଭାଗ ବର୍ତ୍ତମାନ ନିଷ୍କ୍ରିୟ ହୋଇ ଯିବାରୁ, ସେଠାରେ ଆଉ କୌଣସି ରାଜ୍ୟ ସରକାରଙ୍କ କର୍ମଚାରୀ ରହୁନାହାନ୍ତି, ଏଣୁ ସେଠାରେ ଅନ୍ୟଲୋକମାନେ ମାଡ଼ି ବସିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ସେମାନଙ୍କୁ ଉଚ୍ଛେଦ କରିବା ସହିତ ଉକ୍ତ କ୍ୱାଟରସବୁ ଭଙ୍ଗାଯାଉଛି । କିଛିଦିନ ପୂର୍ବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମ୍ବଲପୁର ପରିଦର୍ଶନରେ ଆସି ଏଠାରେ ଘୋଷଣା କରିଥିଲେ ଯେ ବର୍ତ୍ତମାନ ସମ୍ବଲେଶ୍ୱରୀ ପରିଯୋଜନା ସେ ନିଜେ ତଦାରଖ କରୁଛନ୍ତି । ତାଙ୍କ ପ୍ରବାସ ସମୟରେ ସ୍ଥାନୀୟ ଅଧିକାରୀଙ୍କ ସହିତ ଏବିଷୟରେ ସେ ଆଲୋଚନା କରିଥିଲେ ଓ ତାଙ୍କର ନିର୍ଦ୍ଦେଶନାରେ ହଁ ଏହି କାର୍ଯ୍ୟ ବର୍ତ୍ତମାନ ଆଗେଇ ଚାଲିଛି ।

hiranchal ad1
Leave A Reply

Your email address will not be published.

3 × 4 =