ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

0 76

ସମ୍ବଲପୁର,୧୦/୮- ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଉର୍ଦ୍ଧ ରହିଛନ୍ତି ଓ ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିଶ କରିବାର ଆଜକୁ ୩୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ଉଭୟ କେନ୍ଦ୍ର ଓ଼ ରାଜ୍ୟ ସରକାର ଟାଟାଟୁଲ ନୀତି ଅବଲମ୍ବନ କରିଆସୁଛନ୍ତି ଓ ଏହି ପରିପ୍ରେକ୍ଷୀରେ ଭାରତ ଛାଡ଼ ଆନ୍ଦୋଳନର ୮୦ ତମ ବର୍ଷ ପୂର୍ତ୍ତି ଅବସରରେ ଜ଼ିଲ୍ଲା ଓବିସି ମଞ୍ଚ ସମ୍ବଲପୁର ପକ୍ଷରୁ ଅନନ୍ୟା ପଛୁଆ ବର୍ଗଙ୍କ ଜନଗଣନାକୁ ସୁନିଶ୍ଚିତ କରିବା, ଜନ ଗଣନା ନହେବା ପର୍ଯ୍ୟନ୍ତ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ ଉଭୟ ଶିକ୍ଷା ଓ ସରକାରୀ, ବେସରକାରୀ ଚାକିରୀ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନଠୁ ଆରମ୍ଭକରି ଜ଼ିଲ୍ଲା ପରିଷଦ, ବିଧାୟକ ଓ଼ ସାଂସଦ ନିର୍ବାଚନରେ ପ୍ରଦାନ କରିବା, ନିଟ୍‌ ପରୀକ୍ଷାରେ ଗତ ଚାରିବର୍ଷ ମଧ୍ୟରେ ଡାକ୍ତରୀ ସିଟରୁ ବାଦ ପଡ଼ିଥିବା ୧୧୦୨୭ ସିଟ୍‌କୁ ଆଗାମୀ ୪ ବର୍ଷ ମଧ୍ୟରେ ପୂରଣ କରିବା ଦାବି କରାଯାଇଛି । ଏହା ସହିତ ଓଡିଶାରେ ଓବିସିଙ୍କ ପାଇଁ ଉଚ୍ଚ଼ଶିକ୍ଷା ତଥା ସରକାରୀ ଚାକିରୀରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ ଓ ଏସଇବିସି ନାମରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଓବିସିଙ୍କ ପାଇଁ ନୁହେଁ । ଏଣୁ ସ୍ୱତନ୍ତ୍ର ଆଇନ କରି ଏସଇବିସି ତାଲିକାରୁ ଓବିସିକୁ ବାଦ ଦେଇ ୨୭ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟେକ ୬ ମାସରେ ଓବିସି ମାନଙ୍କୁ ଯେଉଁ ଦୁଇ ପ୍ରକାର ଜାତି ସାର୍ଟିଫିକେଟ ନାମରେ ହଇରାଣ କରାଯାଉଛି, ତାହା ବନ୍ଦ କରି କେବଳ ଓବିସି ସାର୍ଟିଫିକେଟକୁ ସ୍ୱୀକୃତି ଦେବା, ଜନ୍ମ ସାର୍ଟିଫିକେଟରେ ବର୍ଗ ଉଲ୍ଲେଖ କରିବା ଦାବି ହୋଇଛି ଓ ୨୦୧୫ ମସିହା ଓ଼ପିଏସସି ପରୀକ୍ଷା ରେ କ୍ରିମି୍‌ଲେୟାର ବାହାନାରେ ଅକୃତକାର୍ଯ୍ୟ ଦର୍ଶାଇ ଥିବା କୃତକାର୍ଯ୍ୟ ଓବିସି ବର୍ଗ ର ୩୧୪ ଜଣଙ୍କୁ ପୁନଶ୍ଚ ଚାକିରୀ ରେ ଯୋଗଦାନ ପାଇଁ ସୁଯୋଗ ଦେବା ଆଦି ଦାବି କରାଯାଇଛି ଓ ଏହି ମର୍ମ ରେ ସ୍ଥାନୀୟ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲା । ଏହି ଦାବୀପତ୍ର ପ୍ରଦାନ ସମୟରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ତଥା ଜ଼ିଲ୍ଲା ର ଓବିସି ଅନ୍ତର୍ଭୁକ୍ତ କୁଳତା ସମାଜ, ଚଷା ସମାଜ, ମେହର ସମାଜ, ବାରିକ ସମାଜ, ଅଘରିଆ ସମାଜ, ବିଶ୍ୱକର୍ମା ସମାଜ, ଶୁଣ୍‌ଢୀ ସମାଜ, ତୈଲିକ ସମାଜ, ଯାଦବ ସମାଜ, ଡୁମାଲ ସମାଜ, ମାଳି ସମାଜ, ସୁଦ ସମାଜ, କୁଷ୍ଟା ସମାଜ, ଖଣ୍ଡାୟତ (ଚଷା) ସମାଜ, ଗୁଡିଆ ସମାଜ ଆଦି ପ୍ରମୁଖ ସମାଜର ଜ଼ିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସର୍ବଶ୍ରୀ ସିମାଞ୍ଚଳ ଖଟେଇ, ହୀରାଲାଲ ବେହେରା, ପ୍ରହଲ୍ଲାଦ ସାହୁ, ଶିବ ପ୍ରସାଦ ମେହେର, ଶ୍ରୀମତୀ ସୁଷମା ସାହୁ, ଉଷା ପ୍ରଧାନ, ସୁରେଖା ସାହୁ, ଯଶୋବନ୍ତି ନାୟକ, ମମତା ମୁଦୁଲି, ରିତୁ ବିଶ୍ୱାଳ, ଧରିତ୍ରୀ ପ୍ରଧାନ, ଧରଣୀ ଧର ପ୍ରଧାନ, ନାରାୟଣ ଦେହୁରୀ, ପ୍ରହଲ୍ଲାଦ କୁମାର ସାହୁ, କରୁଣା କର ବିଶ୍ୱାଳ, ସନ୍ତୋଷ ବାରିକ, ହୃଷିକେଶ ବଢ଼େଇ, ନିର୍ମଳ ଚନ୍ଦ୍ର ପ୍ରଧାନ ଓ ସୁଧାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ପ୍ରଦତ୍ତ ଏହି ଦାବୀ ପତ୍ରର ଏକ କପି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ପଛୁଆ ବର୍ଗ କମିଶନ ଏବଂ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦତ୍ତ ଦାବିପତ୍ର ର ଏକ କପି ମୁଖ୍ୟମନ୍ତ୍ରୀ ଓ଼ ରାଜ୍ୟ ପଛୁଆ ବର୍ଗ କମିଶନ ଙ୍କୁ ପ୍ରଦାନ କରାଯାଇଛି ଓ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଅନୁପସ୍ଥିତି ରେ ସଚିବ ଭି.ପି.କେ.ଏକ୍କା ଏହି ଦାବିପତ୍ର ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 9 =