ଭିମସାରରେ ବିଦ୍ୟୁତ ବିଭ୍ରାଟ: ମୋବାଇଲ ଲାଇଟରେ ଜରୁରୀ ଅସ୍ତ୍ରୋପଚାର

0 89

ସମ୍ବଲପୁର,୧୪/୮- ସମଗ୍ର ପଶ୍ଚିମ ଓଡିଶାର ବଡ ହସ୍ପିଟାଲ ରୂପେ ଜଣା ଏଠାକାର ଭିମସାରରେ ହଠାତ୍‌ ବିଦ୍ୟୁତ ବିଭ୍ରାଟର ଏକ କରୁଣ ପରିଣତି ସ୍ୱରୂପ ରୋଗୀର ପ୍ରାଣରକ୍ଷା ପାଇଁ ଡ଼ାକ୍ତରମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡିଲା । ପୂର୍ବ ନିୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଜଣେ ରୋଗୀଙ୍କୁ ନିସ୍ତେଜକ ଇଞ୍ଜେକସନ ଦେଇ ଅପରେଶନ ଟେବୁଲକୁ ନେଲାପରେ ହଠାତ୍‌ ପାୱାରକଟ ଯୋଗୁଁ ଅନ୍ଧକାର ହୋଇଯିବାରୁ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ଡାକ୍ତରମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଭିମସାରରେ ବିକଳ୍ପ ବ୍ୟବସ୍ଥା ଅନୁସାରେ ଏକ ବିଶାଳ ଶକ୍ତି ସମ୍ପନ୍ନ ଡିଜେଲ ଜେନେରେଟର ରହିଥିଲେ ମଧ୍ୟ କେବୁଲ ଖରାପ ହୋଇଥିବାରୁ ସେଠାରୁ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ଉକ୍ତ ଚିକିତ୍ସାରେ ଲିପ୍ତ ଡାକ୍ତରମାନେ ଦେଖିଲେ ଯେ ଆଉ ଅଧିକ ବିଳମ୍ବ କଲେ ରୋଗୀ ପ୍ରାଣ ବଞ୍ଚାଇବା କଠିନ ହୋଇପାରେ । ଏଣୁ ସେମାନେ ତତ୍‌କ୍ଷଣାତ ନିଜ ଉପସ୍ଥିତ ବୁଦ୍ଧି ଲଗାଇ ତାଙ୍କର ମୋବାଇଲ ଫୋନ ଆଲୁଅ ସାହାଯ୍ୟରେ ଏହି ଅସ୍ତ୍ରୋପଚାର ପୁରାକରି ସେମାନଙ୍କ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + 12 =