ଧରାପଡ଼ିବା ଭୟରେ ବିପୁଳ ପରିମାଣରେ ନକଲି ଔଷଧ ଫିଙ୍ଗା ଯାଉଛି

0 289

ସମ୍ବଲପୁର, ୨୪/୬- ନକଲି ଔଷଧ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ ଏଥିରେ ଲିପ୍ତ ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି । ତଦନ୍ତ ଭାର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ରହିଛି ଓ ଡ୍ରଗ ନିୟନ୍ତ୍ରକଙ୍କ ସହଯୋଗରେ ଚଢ଼ାଉ ଓ ଧରପଗଡ କରାଯାଉଛି । ଧରାପଡ଼ିବା ଭୟରେ ସଂପୃକ୍ତ ବ୍ୟବସାୟୀମାନେ ବିପୁଳ ପରିମାଣରେ ନକଲି ଔଷଧ ଫିଙ୍ଗି ଦେଉଛନ୍ତି । ଏହିକ୍ରମରେ ଗତକାଲି ସ୍ଥାନୀୟ ଶିଳ୍ପାଞ୍ଚଳ ବରେଇପାଲିର ଏକ ରାସ୍ତାକଡ଼ରେ ୩ବସ୍ତା ଔଷଧ ଫିଙ୍ଗା ଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଏଗୁଡ଼ିକ କରୋନା ଔଷଧ ନୁହେଁ, ବରଂ ସାଧାରଣ ରୋଗ ପାଇଁ ବ୍ୟବହୃତ ଔଷଧ ବୋଲି ଜଣାପଡିଛି । ଏଥିରେ ଦାମୀ ସିଲବନ୍ଦ ବଟିକା ସହିତ ତରଳ ସିରପ ଓ କ୍ୟାପସୁଲ ମଧ୍ୟ ରହିଛି । ପ୍ରଥମେ ତ ଏଗୁଡ଼ିକ ଏକ୍ସପାଏରୀ ଔଷଧ ହୋଇପାରେ ବୋଲି ଧାରଣା କରାଯାଉଥିଲା, କିନ୍ତୁ ପାଖରୁ ଦେଖିଲାରୁ ଜଣାପଡିଛି ଯେ ଏଥିରେ ଅନେକ ଔଷଧ ତ ଆହୁରି ବର୍ଷେ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିଥାନ୍ତା ।

hiring

ଏଥିରୁ ଆଶଙ୍କା କରାଯାଉଛି ଯେ ଏଗୁଡ଼ିକ ନକଲି ଔଷଧ ହୋଇଥିବାରୁ ଧରାପଡ଼ିବା ଭୟରେ ଫିଙ୍ଗାଯାଇଛି । ଏଗୁଡ଼ିକ ଜବତକରି ପୁଲିସ ମାମଲାର ତଦନ୍ତ କରୁଛି ଓ ଏହି ଔଷଧ ଗୁଡ଼ିକର ପରୀକ୍ଷା ପରେ ସ୍ପଷ୍ଟ ହୋଇପାରିବ । ତଥାପି ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ଯେ ଏହି ମାମଲାରେ ସମ୍ପୃକ୍ତ ଅସାଧୁ ଔଷଧ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ ।

hiranchal ad1
Leave A Reply

Your email address will not be published.

two × 2 =