ବ୍ରାଉନସୁଗର ବିକ୍ରି ଧରା ପଡ଼ିଲା: ଜଣେ ନାବାଳକ ଓ ୨ ଅଭିଯୁକ୍ତ ଗିରଫ

0 117

ସମ୍ବଲପୁର, ୧୯/୭- ସ୍ଥାନୀୟ ମହାନଦୀ ଉପରେ ନବନିର୍ମିତ ଚାଉରପୁର ସେତୁ ଠାରେ ବେଆଇନ ଭାବେ ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ପୁଲିସ ଜଣେ ନାବାଳକ ସହିତ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮.୫ଗ୍ରାମ ବ୍ରାଉନ ସୁଗର, ସେମାନଙ୍କ ଦ୍ୱାରା ବ୍ୟବହୃତ ଏକ ଲାଲ ରଙ୍ଗର ସ୍କୁଟର ଓ ତିନୋଟି ମୋବାଇଲ ଫୋନ ଜବତ କରାଯାଇଛି । ନାବାଳକ ର ନାଁ ଘୋଷଣା କରାଯାଇନାହିଁ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଚିହ୍ନଟ ରସିଦ ଖାନ (୨୦) ଓ ସିପୁନ ରାଧା (୨୨) ରୂପେ କରାଯାଇଛି । ଚାଉରପୁର ସେତୁ ଉପରେ ଦୈନିକ ସକାଳେ ଓ ସନ୍ଧ୍ୟାରେ ତାଜା ପବନ ଉପଭୋଗ କରିବା ପାଇଁ ପ୍ରାୟ ଜନଗହଳି ହୋଇଥାଏ ଓ ସେଥିରେ ଅଧିକାଂଶ ଯୁବପିଢି ସାମିଲ ରହିଥାନ୍ତି । ଏହାର ସୁଯୋଗ ନେଇ ଉକ୍ତ ଧଳା ଜହର ବିକ୍ରି ହେବାର ଅଭିଯୋଗ ବାରମ୍ବାର ଆସୁଥିଲା । ଏଣୁ ସେଠାରେ ସତର୍କ ନଜର ରଖି ପୁଲିସ ସେମାନଙ୍କୁ ଧରିବାରେ ସଫଳତା ହାସଲ କରିଛି । ବର୍ତ୍ତମାନ ଏହି ଧଳାଜହର ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି ବଢିଯାଇଛି ।

hiranchal ad1
Leave A Reply

Your email address will not be published.

three + three =