ସମ୍ବଲପୁର ସଟ୍ ଡାଉନ କଡାକଡି ପାଳିତ

0 102

ପ୍ରମୁଖ ଛକମାନଙ୍କରେ ପୁଲିସ ମୁତୟନ ଯୋଗୁଁ ରାସ୍ତାଘାଟ ଶୁନଶାନ

hiring

ସମ୍ବଲପୁର,୧୧/୭- ନିରନ୍ତର ବଢିଚାଲିଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ଦୁଇ ଦିନିଆ ସଟ୍ ଡାଉନ ପ୍ରଥମ ଦିନରେ ଆଜି ସଂପୂର୍ଣ୍ଣ ରୂପେ ସଫଳ ହୋଇଛି । କେବଳ ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ଆଜିପାଇଁ ଜାରି ଅନୁମତି ପତ୍ର ଦେଖାଇ ଯିବାଆସିବା କରୁଥିଲେ । ସମସ୍ତ ପ୍ରମୁଖ ଛକମାନଙ୍କରେ ଏଠାରେ ପୁଲିସ ମୁତୟନ ଯୋଗୁଁ ଜନସାଧାରଣଙ୍କ ଯିବାଆସିବା ବନ୍ଦ ରହିଥିବା ଦେଖାଯାଇଥିଲା । ଆଜିକାର ବନ୍ଦର ପ୍ରଭାବ ଏତେ ଗଭୀର ଥିଲା ଯେ ଖୋଲିବା ପାଇଁ ଅନୁମତି ସତ୍ତେ୍ୱ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଦୋକାନ ସବୁ ଦିନ ୧୦ଟା ପରେ ଆପେ ଆପେ ବନ୍ଦ ହୋଇଯାଇଥିଲା । ଯେଉଁମାନେ ଯାହା କରୁଥିଲେ, ସେମାନଙ୍କ ଅନୁମତି ପତ୍ର ଯାଞ୍ଚ କରା ଯାଉଥିଲା । ସ୍ଥାନୀୟ ଜିଲ୍ଲାସ୍କୁଲ ଛକରେ କିଛି ବାଳକ ଉତ୍ସୁକତା ବଶତଃ ଘରୁ ବାହାରି ଆସିଥିଲେ, ସେମାନଙ୍କୁ ପୁଲିସ ସଙ୍ଗେସଙ୍ଗେ ସେଠାରୁ ଘଉଡାଇ ଦେଇଥିଲେ । ପୁଲିସ କାର୍ଯ୍ୟାନୁଷ୍ଠାନ ଏପରି କଡାଥିଲା ଯେ ଆଜି ସକାଳୁ ଭୁବନେଶ୍ୱରରୁ ଆସି ଏଠାରେ ପହଞ୍ଚିଥିବା ଏକ ଘରୋଇ ବସକୁ ନଗର ଉପକଣ୍ଠ ଧନୁପାଲିରେ ଅଟକାଇ ନଗର ଭିତରେ ପ୍ରବେଶ ବାରଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

15 + 11 =