ସପ୍ଲିମେଣ୍ଟାରୀ ବଜେଟରେ ନୂତନ ରେଲଲାଇନ ପ୍ରସ୍ତାବ ସାମିଲ କରିବାପାଇଁ ଦାବି

0 114

ସମ୍ବଲପୁର, ୫/୮- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଝାରସୁଗୁଡ଼ାରୁ କୁଚିଣ୍ଡା, ଦେବଗଡ଼, ବାରକୋଟ ଓ ପାଲଲହଡ଼ା ଦେଇ ଏକ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବକୁ ସପ୍ଲିମେଣ୍ଟାରୀ ବଜେଟରେ ସାମିଲ କରିବାପାଇଁ ଦାବି କରିଛନ୍ତି । ଏହି ରେଳପଥ ସହିତ ପାରାଦ୍ୱୀପ ଓ ଧାମରା ବନ୍ଦର ଯୋଡିହେଲେ ଉକ୍ତ ଅଞ୍ଚଳର ଯତକିଞ୍ଚିତ ଉନ୍ନତି ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତାଙ୍କର ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଏହି ଅଞ୍ଚଳ ସାମିଲ ରହିଛି ଓ ଏପର୍ଯ୍ୟନ୍ତ ସଂସଦରେ ଏବିଷୟରେ ଆଗରୁ କେହି କାହିଁକି ଜଣେଇ ନାହାନ୍ତି, ସେ କଥା ବୁଝାଯାଉନାହିଁ । ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପରେ ମଧ୍ୟ ଉକ୍ତ ଅଞ୍ଚଳକୁ କୌଣସି ରେଳସେବା ପହଞ୍ଚି ନପାରିବା ଲଜ୍ଜାର ବିଷୟ ବୋଲି ସେ କହିଛନ୍ତି । ତାଳଚେର-ବିମଲାଗଡ, ୧୫୪ କିଲୋମିଟର ନୂତନ ରେଳଲାଇନ ଦେବଗଡ ଜିଲ୍ଲା ମଧ୍ୟରେ ସଂଯୋଗ କରିବ ଓ ଏହି ପ୍ରକଳ୍ପର ପ୍ରସ୍ତାବିତ ମୂଲ୍ୟ ପ୍ରାୟ ୧୯୨୮ କୋଟି । ଏହି ପ୍ରକଳ୍ପର ମାତ୍ର ୨୦ କିମିର ଆନୁମାନିକ ମୂଲ୍ୟ ୮୩୯ କୋଟି ଟଙ୍କା ସହିତ ସମାପ୍ତ ହୋଇଛି । କିଲୋମିଟର ୨୦ ରୁ କିମି ୪୩.୫୦ କିମି ପର୍ଯ୍ୟନ୍ତ କାର୍ଯ୍ୟ ଯଥା, ସୁନାଖଣି ଷ୍ଟେସନ ଆରମ୍ଭ ହୋଇଛି କିନ୍ତୁ ଅଗ୍ରଗତି ପ୍ରକୃତରେ ବହୁତ ଧୀରେ ଚାଲିଛି ଓ ଏହି ପ୍ରକଳ୍ପ ପାଇଁ ଓଡିଶା ସରକାର ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ସହ ଅବଶିଷ୍ଟ ୯୧୬ ଏକର ଜମି ହସ୍ତାନ୍ତର କରିବାକୁ ପଡିବ । ବିଳମ୍ବରେ ହେଲେ ମଧ୍ୟ ଏହି ରେଳ ପ୍ରକଳ୍ପର ମୂଲ୍ୟ ବୃଦ୍ଧି ହେବା ଆବଶ୍ୟକ ଥିଲା, ଗତ ବର୍ଷର ବଜେଟରେ ୧୪୦ କୋଟି ଟଙ୍କା ଆବଣ୍ଟନ କରା ଯାଇଥିଲା, କିନ୍ତୁ ଚଳିତ ବର୍ଷର ବଜେଟରେ ବହୁତ କମ୍‌ ପରିମାଣର ମାତ୍ର ୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଣୁ ସାଂସଦ ଗଙ୍ଗଦେବ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଏଥିପାଇଁ ସପ୍ଲିମେଣ୍ଟାରୀ ବଜେଟରେ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଉ ।

hiranchal ad1
Leave A Reply

Your email address will not be published.

twenty − 16 =