୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ: ୬ ଜଣ ଗିରଫ

0 134

ସମ୍ବଲପୁର, ୮/୮- ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର ସାମ୍ବାଦିକମାନଙ୍କୁ ଏବିଷୟରେ ଜଣାଇଛନ୍ତି । ଏଠାରେ ଏକ ପାନ ଦୋକାନ ସମ୍ମୁଖରେ ସାମାନ୍ୟ ଝଗଡ଼ା ବିଷୟରେ ଅନୁସନ୍ଧାନ ଓ ପଚରାଉଚରା କରିବା ସମୟରେ ଜଣକ ଠାରୁ କିଛି ନକଲି ନୋଟ ଧରା ପଡ଼ିଥିବାରୁ ତାହାର ବିଶେଷ ତଦନ୍ତ ପରେ ଏ ସବୁ ମାମଲା ପ୍ରକାଶ ପାଇଛି । ଏହି ସଙ୍କ୍ରାନ୍ତରେ ପଡୋଶୀ ରାଜ୍ୟ ଛତିଶଗଡର ରାୟଗଡରୁ ୨ ଜଣ ସତ୍ୟନାରାୟଣ ନିରାଲା (୨୬) ଓ ଅଭିରାମ ଝାଙ୍ଗଡେ (୪୮); ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲିରୁ ୨ ଜଣ ସାଗର ସାହୁ (୨୬) ଓ ଅଶୋକ ସାହୁ (୨୭) ତଥା ଅମ୍ବାଭୋନାରୁ ୨ ଜଣ ଶିବ ଶଙ୍କର ବନିଆ (୩୦) ଓ ଗୁଣନିଧି ଭୋଇ (୩୮) ଙ୍କୁ ଗିରଫ କରାଯାଇଛି ।

hiring

ସେମାନଙ୍କ ଠାରୁ ମୋଟ ୧୩ ଲକ୍ଷ ୮୫ ହଜାର ଟଙ୍କା ମୂଲ୍ୟର ଶହେ, ଦୁଇ ଶହ, ପାଞ୍ଚ ଶହ ତଥା ଦୁଇ ହଜାର ଟଙ୍କିଆ ନକଲି ନୋଟ ଜବତ କରାଯାଇଛି । ଏହି କାର୍ଯ୍ୟରେ ବ୍ୟବହୃତ ଏକ ମୋଟର ସାଇକେଲ, ଏକ ବଣ୍ଡଲ କାଗଜ, ଏକ କଟର, ଏକ ପ୍ରତିଟି ଙ୍କ ମେସିନ ଓ ତିନି ଡବା ହ୍ୱାଇଟନର (ଧଳା ରଙ୍ଗ) ମଧ୍ୟ ଜବତ କରାଯାଇଛି । ଏହି ନକଲି ନୋଟ ସବୁ ଛତିଶଗଡ଼ର ରାୟଗଡ଼ ଠାରେ ଛପା ହୋଇ ବିଭିନ୍ନ ସୂତ୍ରରେ ବଜାରକୁ ଛଡ଼ାଯାଉଥିଲା ବୋଲି କୁହାଯାଇଛି । ଏଥିରେ ଆଉ ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା ସହିତ ତଦନ୍ତ ଜାରି ରଖାଯାଇଛି ।

hiranchal ad1
Leave A Reply

Your email address will not be published.

19 − 1 =