ପ୍ଲାଣ୍ଟେସନ ଅନ ହ୍ୱିଲସ ପକ୍ଷରୁ ବହୁ ପରିମାଣରେ ବୃକ୍ଷରୋପଣ

0 83

ସମ୍ବଲପୁର, ୨୪/୭- ଗତ ଦୁଇଦିନ ହେଲା ଏଠାରେ ତୁହାକୁ ତୁହା ବର୍ଷା ଲାଗିରହିଛି ଓ ମଝିମଝିରେ ପ୍ରବଳ ପରିମାଣରେ ମଧ୍ୟ ବର୍ଷିଯାଉଛି । ଏଭଳି ପରିସ୍ଥିତି ବୃକ୍ଷରୋପଣ ପାଇଁ ଅନୁକୂଳ, ଏଣୁ ଆଜି ସକାଳୁ ଏଠାକାର ବିଭିନ୍ନ ସ୍ଥାନରେ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଲାଗିରହିଛି । ସ୍ଥାନୀୟ ସିନ୍ଦୁରପଙ୍କ ଅଞ୍ଚଳରେ ଆଜି ଅଶୋକ ଜାଲାନ ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ‘ପ୍ଲାଣ୍ଟେସନ ଅନ ହ୍ୱିଲସ’ ଅଭିଯାନ ଅନ୍ତର୍ଗତ ୧୦୪ଟି ବୃକ୍ଷରୋପଣ କରାଯାଇଛି । ରାସ୍ତାକଡ଼ରେ ଏସବୁ ଗଛଚାରା ରୋପଣ କରାଯାଇଥିବାରୁ ସେଠାରେ ବିଭିନ୍ନ ଛାୟା ପ୍ରଦାନକାରୀ କିସମର ଗଛ ଚାରା ବ୍ୟବହାର କରାଯାଇଛି । ଉକ୍ତ ଟ୍ରଷ୍ଟ ପକ୍ଷରୁ ଏହି ଅଭିଯାନ ପାଇଁ ଏକ ପିକଅପ ଭ୍ୟାନ ଯୋଗାଇ ଏହା ସହିତ କିଛି ସ୍ୱେଚ୍ଛାସେବୀଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଉକ୍ତ ବାହନ ଜରିଆରେ ବୃକ୍ଷରୋପଣ ସ୍ଥାନପାଇଁ ଏକାଥରକେ ଅନେକ ଗଛଚାରା ଓ ସେମାନଙ୍କ ପାଇଁ ବ୍ୟବହୃତ ଖତସାର, ଔଷଧୀ ଓ କିଛି ଯନ୍ତ୍ରାଂଶ ନେବା ଆଣିବା କରାଯାଏ । ଏପରି ଏକ ଅଭିଯାନ ଯୋଗୁଁ ଗତବର୍ଷରୁ ଏଠାରେ ଗଛଚାରା ରୋପଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ।

hiranchal ad1
Leave A Reply

Your email address will not be published.

ten + 14 =