ଯାତ୍ରୀ ଅଭାବରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍‌ ହେବା ଆଶଙ୍କା

0 191

ସମ୍ବଲପୁର, ୮/୭- ରାଜ୍ୟର ପଶ୍ଚିମାଞ୍ଚଳରେ କରୋନା ସ୍ଥିତିରେ ଉନ୍ନତି ଯୋଗୁଁ ରାଜ୍ୟ ସରକାର ଏହି ଗ୍ରୀନଜୋନ ଅଞ୍ଚଳରେ ଘରୋଇ ବସ ଚଳାଚଳ ପାଇଁ ଜୁଲାଇ ୧ ତାରିଖରୁ ଅନୁମତି ଦେଇଛନ୍ତି । ସମଗ୍ର ପଶ୍ଚିମାଞ୍ଚଳର ସବୁଠାରୁ ବଡ଼ ସମ୍ବଲପୁର ବସଷ୍ଟାଣ୍ଡରୁ ଏପର୍ଯ୍ୟନ୍ତ ମାତ୍ର ୫୨ଟି ବସ ଚଳାଚଳ ଆରମ୍ଭ କରିଛନ୍ତି, ଯଦିଓ ସାଧାରଣତଃ ଏଠାରୁ ପ୍ରତିଦିନ ପ୍ରାୟ ୩୫୦ଟି ବସ ଚଳାଚଳ କରୁଥିଲା । କରୋନା ଆକ୍ରାନ୍ତ ଏବେ ଖସିବାପରେବି ଯାତ୍ରୀଙ୍କ ମନରୁ ଏହାର ଭୟ ଯାଇନାହିଁ ଓ ବସଯାତ୍ରା କରିବା ପାଇଁ ସେମାନେ ସାହସ କରୁନାହାନ୍ତି । ଏଣୁ ବର୍ତ୍ତମାନ ଚଳାଚଳ କରୁଥିବା ଏହି ୫୨ଟି ବସରେ ମଧ୍ୟ ଯାତ୍ରୀ ସଙ୍କଟ ଦେଖାଯାଉଛି ଓ ଯଥେଷ୍ଟ ଯାତ୍ରୀ ହେଉନଥିବାରୁ ସେଗୁଡିକ ମଧ୍ୟ ବନ୍ଦ ହୋଇଥିବାର ଆଶଙ୍କା ଦେଖାଦେଇଛି । ବସ ମାଲିକମାନଙ୍କ କହିବା ଅନୁସାରେ କମ ସଂଖ୍ୟକ ଯାତ୍ରୀ ଆସୁଥିବାରୁ ସେମାନଙ୍କ ଦୈନିକ ତେଲଖର୍ଚ୍ଚ ମଧ୍ୟ ବାହାରିପାରୁନାହିଁ । ଏଭଳି ପରିସ୍ଥିତିରେ ଯାହା କିଛି ବସ ପରମିଟ ଆରଟିଓଙ୍କୁ ଫେରାଇ ଦିଆଯାଇଛି, ସେଗୁଡିକ ପୁଣିଥରେ ଆଣିବା ଦିଗରେ ବସ ମାଲିକମାନେ ଇଚ୍ଛା କରୁନାହାନ୍ତି । ସ୍ଥିତି ଏପରି ଦୟନୀୟ ସତ୍ତେ୍ୱ ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ବସ ଚଳାଚଳ ଉପରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଏଯାଏଁ କୌଣସି ପ୍ୟାକେଜ ଘୋଷଣା କରାଯାଇନାହିଁ, ଯାହାକି ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।

hiranchal ad1
Leave A Reply

Your email address will not be published.

5 − 3 =