ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଜ୍ଞାପନପତ୍ର

0 98

ସମ୍ବଲପୁର, ୧୩/୭- ଓଡ଼ିଶା ରାଜ୍ୟ ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଜ୍ଞାପନ ପତ୍ର ଦିଆଯାଇଛି । ଜାତୀୟ ସ୍ତରରେ ଗଠିତ ଜନସଂଖ୍ୟା ସମାଧାନ ଫାଉଣ୍‌ଡେସନର ସମ୍ବଲପୁର ଶାଖା ପକ୍ଷରୁ ଏହା ଦିଆଯାଇଛି । ଉକ୍ତ ଫାଉଣ୍ଡେସନର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ମୁଖ୍ୟାଳୟ ଫାଟକ ସାମନାରେ ଏକତ୍ରିତ ହୋଇଥିଲେ ଓ ସୁରକ୍ଷା ଦୃଷ୍ଟିରୁ ସେଠାରେ ପୂର୍ବରୁ ପୁଲିସ ବଳ ମୁତୟନ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ସେମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ ଓ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ଆସି ଏହା ଗ୍ରହଣ କଲେ ଓ ଏହା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବ ବୋଲି ଆଶ୍ୱାସନା ଦେଇଥିଲେ ।

hiring

ଚାରି ପୃଷ୍ଠାରେ ବର୍ଣ୍ଣିତ ଉକ୍ତ ଜ୍ଞାପନ ପତ୍ର ଅନୁସାରେ ସର୍ବପ୍ରଥମେ କରୋନା ମହାମାରୀ ଭଳି ପରିସ୍ଥିତିକୁ ସଫଳ ପରିଚାଳନା କରିଥିବା ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଆମ ଦେଶରେ ଯଦି ଜନସଂଖ୍ୟା ନିୟନ୍ତ୍ରଣରେ ରଖାଯାଇଥିଲେ ଏହି ପରିଚାଳନା ଆହୁରି ସହଜସାଧ୍ୟ ହୋଇଥାନ୍ତା । ଏଣୁ ବିଳମ୍ବରେ ହେଉ ପଛେ ରାଜ୍ୟ ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ଦିଗରେ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ । ଅନିୟନ୍ତ୍ରିତ ହୋଇ ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଦେଶର ସମସ୍ତ ସଂସାଧନ ନିଅଣ୍ଟ ହେଉଛି ଓ ସାମାଜିକ ଓ ଆର୍ଥିକ ସ୍ଥିତି ସହିତ ପରିବେଶ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡୁଛି ।

hiranchal ad1
Leave A Reply

Your email address will not be published.

4 × 1 =