ବର୍ଷା ବିହୁନେ ସୃଷ୍ଟି ନାଶ: ଧାନକ୍ଷେତ ଫାଟି ଆଁ ହେଲାଣି

0 94

ସମ୍ବଲପୁର, ୧୧/୮- ମନସୁନ ପୂର୍ବରୁ ଏକ ଭବିଷ୍ୟତ ବାଣୀ ଅନୁସାରେ ହାରାହାରି ବର୍ଷାରୁ ଏବର୍ଷ ଅଧିକ ବର୍ଷା ଆଶା କରାଯାଉଥିଲା କିନ୍ତୁ ଏପର୍ଯ୍ୟନ୍ତ ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପରୀତ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ ଏବର୍ଷ ହାରାହାରି ବର୍ଷାରୁ ୪୦ ପ୍ରତିଶତ କମ ବର୍ଷା ହୋଇଛି ବୋଲି କୁହାଯାଉଛି । କିନ୍ତୁ କିଛି ସ୍ଥାନରେ ତାହାଠାରୁ ମଧ୍ୟ କମ୍‌ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ସାଂଘାତିକ ସ୍ଥିତିରେ ପହଞ୍ଚି ଗଲାଣି । ଅନାବୃଷ୍ଟି ଯୋଗୁଁ ସ୍ଥାନୀୟ ରେଙ୍ଗାଲି ବ୍ଲକରେ ଚଳିତ ଖରିଫ ଋତୁରେ ମରୁଡ଼ି ଆଶଙ୍କା ଦେଖାଦେଇଛି । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ କଲାଣି । ଏହି ବ୍ଲକର ଏକ ପାର୍ଶ୍ୱଦେଇ ପ୍ରବାହିତ ଭେଡେନ ନଦୀର ପଠା ତ ସୁଖା ହୋଇପଡିଛି । ଏହି ନଦୀ ଓ ଇବନଦୀ ଦୁହିଁଙ୍କ ଠାରୁ ହୀରାକୁଦ ଜଳଭଣ୍ଡାରକୁ ବାମପଟରୁ ପାଣି ମିଳିଥାଏ ଯାହାକି ଏବର୍ଷ ଆଶା କ୍ଷୀଣ ଜଣାପଡ଼ୁଛି । ପ୍ରାୟତଃ ଶ୍ରାବଣ ମାସରେ ଭେଡେନ ନଦୀ ପୂର୍ଣ୍ଣଗର୍ଭା ହୋଇ କୂଳ ଲଘିଂବା ସହିତ ବନ୍ୟାର ପ୍ରକୋପ ଦର୍ଶାଇଥାଏ, ଏବର୍ଷ କିନ୍ତୁ ଏହା ଅନାବୃଷ୍ଟି ଯୋଗୁଁ ଦୟନୀୟ ସ୍ଥିତି ଦେଇ ଗତି କରୁଛି । କେବଳ ନଦୀ କାହିଁକି ଅନ୍ୟ ସବୁ ଜଳ ଉତ୍ସର ସ୍ଥିତି ତଦୃପ ରହିଛି, ଏଣୁ ଚାଷ ପାଇଁ କୌଣସି ସୂତ୍ରରୁ ପାଣି ମିଳିପାରୁ ନାହିଁ । ଏପରି ସ୍ଥିତି ଯଦି ଆଉ କିଛି ଦିନ ଧରି ଗତିକରେ, ତାହେଲେ ସେଠାରେ ମରୁଡି ସୁନିଶ୍ଚିତ ବୋଲି ସ୍ଥାନୀୟ ଚାଷୀ ଆଶଙ୍କା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =