ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଇବା ପାଇଁ ବିଜୁଳି କାଟ କରାଯାଉଛି: ଟାଟା ପାୱାର

0 131

ସମ୍ବଲପୁର,୧୨/୮- ସମ୍ବଲପୁର ନଗର ମଧ୍ୟରେ ଚେରୁଆପଡା ଅଞ୍ଚଳରେ ପ୍ରାୟ ୪.୫ କିମି ଲମ୍ବ ନୂଆ ଓ ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଯାଉଛି, ଯଦ୍ୱାରା ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ଉତ୍ତମ ଓ ନିର୍ବାଧରୂପେ ହୋଇ ପାରିବ । ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଗତ ତିନି ଦିନ ହେଲା ଦୈନିକ ପ୍ରାୟ ୫ ଘଣ୍ଟା ବିଜୁଳି କାଟ କରାଯାଉଛି ଓ ଏହି ପ୍ରକ୍ରିୟା ଆଉ କିଛି ଦିନ ଲାଗି ରହିବ । ଏଠାକାର ବିଜୁଳି ଆବଣ୍ଟନ କମ୍ପାନୀ ଟାଟା ପାୱର (ଟିପିଡବ୍ଲୁଓଡିଏଲ) ଆଜି ଏକ ପ୍ରେସବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଏବିଷୟରେ ସୂଚନା ଦେଇଛି । ଏହି ସୂଚନା ଦ୍ୱାରା ବିଜୁଳିକାଟର ବାସ୍ତବିକ କାରଣ ବିଷୟରେ ଅବଗତ ହୋଇ ପାରିଛନ୍ତି, ଯଦିଓ ଗତ ତିନି ଦିନ ଧରି ଅଘୋଷିତ ବିଜୁଳି କାଟକୁ ନେଇ ଜନଅସନ୍ତୋଷ ଲାଗି ରହିଛି । ଅଧିକାଂଶ ଲୋକେ ନିଜ ଘରେ ରହି ବର୍ତ୍ତମାନ “ୱର୍କ ଫ୍ରମ ହୋମ’ ବିଧିରେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି, ଏଭଳି ପରିସ୍ଥିତିରେ ଅଘୋଷିତ ବିଜୁଳି କାଟ ତାଙ୍କ ପାଇଁ ଘୋର ଅସୁବିଧା ସୃଷ୍ଟି କରୁଛି । ଏହା ବ୍ୟତୀତ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ବିଶ୍ୱ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ଅନଲାଇନ ପାଠପଢ଼ା ଓ କିଛି ସ୍ଥଳରେ ପରୀକ୍ଷା ମଧ୍ୟ ଦେଉଛନ୍ତି । ପୁଣି ଗତ ପନ୍ଦର ଦିନ ହେଲା ଏଠାରେ ବର୍ଷାର ଦେଖା ସାକ୍ଷାତ ନାହିଁ ତଥା ନାହିଁ ନଥିବା ଗରମ ପାଇଁ ଓ ଗୁଳୁଗୁଳି ଯୋଗୁଁ ସାମାନ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଠିକ ଏପରି ସମୟରେ ଦୀର୍ଘ ୫ଘଣ୍ଟା ବିଜୁଳି କାଟ ସେମାନ ଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ତଥାପି ଟାଟା ପାୱର କମ୍ପାନୀ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ନୂତନ ଅଧିକ ଶକ୍ତିଶାଳୀ ବିଜୁଳି ତାର ବ୍ୟବହାର ହେଲେ ବିଜୁଳି ଯୋଗାଣ ଆଉ ଉତ୍ତମ ରୂପେ ହୋଇ ପାରିବ ବୋଲି କୁହାଯାଇଛି ଓ ଏହା ଲୋକଙ୍କ ମନରେ ଆଶାର ସଂଚାର ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

seventeen − 15 =