ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠିଯିବ: ସ୍ଥାନୀୟ ଲୋକଙ୍କ ଘୋର ବିରୋଧ

0 134

ସମ୍ବଲପୁର, ୨୮/୭- ପ୍ରାୟ ଚାଳିଶ ବର୍ଷରୁ ଏଠାରେ ପ୍ରତିଷ୍ଠିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠିଯିବ ବୋଲି ଜାଣିଲା ପରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏଠାରେ କଡା ବିରୋଧ କରାଯାଉଛି । ୧୯୮୨ ସମୟରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏହାର ଉଦଘାଟନ କରିଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ କଟକ ଦୂରଦର୍ଶନ କେନ୍ଦ୍ରକୁ ଯେଉଁ ପ୍ରକାରେ ଉନ୍ନତ କରାଗଲା, ସେପରି ସୁଯୋଗ ସମ୍ବଲପୁର କେନ୍ଦ୍ରକୁ ଦିଆ ଯାଇନଥିଲା । ତଥାପି ଏଠାରୁ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହୋଇପାରିଛି । ବିଶେଷକରି ଶୀତଳଷଷ୍ଠୀ ପରି ସ୍ଥାନୀୟ ଲୋକପ୍ରିୟ ସାମାଜିକ ଉତ୍ସବଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ଏହାର ଗୁରୁଦାୟିତ୍ୱ ରହି ଆସୁଥିଲା, ଯାହାକି ଆଉ ଉପଲବ୍ଧ ହୋଇପାରିବ କି ନାହିଁ ତାହା ସନ୍ଦେହ ଓ ପ୍ରଶ୍ନବାଚୀ ଭିତରେ ରହିଛି । ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେଇଥିବାର ଚକ୍ରାନ୍ତ ବହୁତ ଗୋପନରେ ଚାଲୁଥିଲା କିନ୍ତୁ ଗତକାଲି ଏଠାରୁ କ୍ୟାମେରା ନେଇଯିବାକୁ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରୁ ସବୁ ଜଣାପଡ଼ିଗଲା । ଏ ନେଇ ଖବର ସ୍ଥାନୀୟ ସଚେତନ ନାଗରିକଙ୍କ ମଧ୍ୟରେ ଦାବାନଳ ପରି ପ୍ରସାରିତ ହୋଇଥିଲା ଓ ବିଭିନ୍ନ ମହଲରୁ ଏହା ବିରୁଦ୍ଧରେ ସ୍ୱର ମୁଖରିତ ହେବା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଅନେକ ବିରୋଧପତ୍ର ଜିଲ୍ଲା ପ୍ରଶାସନ, ଆକାଶବାଣୀ ଓ ଦୂରଦର୍ଶନର କେନ୍ଦ୍ର କାର୍ଯ୍ୟାଳୟ ଜରିଆରେ ପଠାଯାଇଛି । ଅତି ଶୀଘ୍ର ଏବିଷୟରେ ଜନମତ ଜାଗରଣ ସହିତ ଦୁର୍ବାର ଆନ୍ଦୋଳନ ହେବ, ଏକଥା ସ୍ପଷ୍ଟ କରି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × four =