ରିଙ୍ଗରୋଡ ନାଳ ସଫେଇ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ଦାବି

0 87

ସମ୍ବଲପୁର,୧୯/୬- ସମ୍ବଲପୁରକୁ ସରସ ସୁନ୍ଦର କରିବା ସହିତ ବନ୍ୟା ଦାଉରୁ ସୁରକ୍ଷିତ କରି ରଖିବା ପାଇଁଁ ମହାନଦୀର ବାମତଟକୁ ସଂଲଗ୍ନ ସୁଦୀର୍ଘ ରିଙ୍ଗରୋଡ ନିର୍ମାଣ କରାଗଲା । ଏହା ଅନେକ ପରେ ରିଙ୍ଗରୋଡର ଅପର ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ପକ୍କା ନାଳ ନିର୍ମାଣ ସମ୍ପନ୍ନ ହୋଇଥିଲା । କିନ୍ତୁ ଉକ୍ତ ନାଳର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସଫେଇ ଅଭାବରୁ ଏହା ପଙ୍କ ଓ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଥିଲା । ଏ ନେଇ ବାରମ୍ବାର ଅଭିଯୋଗ ସତ୍ୱେ ସମ୍ବଲପୁର ନଗର ନିଗମ ଏଥିପ୍ରତି ଏପର୍ଯ୍ୟନ୍ତ ଦୃଷ୍ଟି ଦେଉନଥିଲା । ଏବର୍ଷ କିନ୍ତୁ ନଗର ନିଗମ ପକ୍ଷରୁ ସ୍ୱତଃସ୍ପୂର୍ତ୍ତ ଭାବେ ଏହାର ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି । କିନ୍ତୁ ଦୀର୍ଘବର୍ଷର ପଙ୍କ ଓ ଆବର୍ଜନା ଏପରି ଗାଢହୋଇ ସେଠାରେ ଜମିଯାଇଛି ଯେ ବର୍ତ୍ତମାନ ମେସିନ ସାହାଯ୍ୟରେ ଏହାକୁ ପରିଷ୍କାର କରିବାକୁ ପଡୁଛି ଓ ଏହି ସଫେଇ କାର୍ଯ୍ୟ ଅପେକ୍ଷା ଅନୁସାରେ ଆଗେଇ ପାରୁନାହିଁ । ପୁଣି ଏବର୍ଷ ମନସୁନର ଆଗମନ ଶୀଘ୍ର ଓ ସକ୍ରିୟ ହୋଇଥିବାରୁ ଏହି ସଫେଇ ଅଭିଯାନ ବର୍ତ୍ତମାନ ଧିମେଇ ଯାଇଛି । ଇତି ମଧ୍ୟରେ ସମ୍ପୂର୍ଣ୍ଣରୂପେ ବର୍ଷା ସକ୍ରିୟ ହେବା ଆଗରୁ ଯଦି ଏହି କାର୍ଯ୍ୟ ପୁରା ନହୁଏ, ତାହେଲେ ସବୁ ପରିଶ୍ରମ ବିଫଳ ହେବାର ଆଶଙ୍କା ରହିଛି । ବିଳମ୍ବରେ ହେଲେ ମଧ୍ୟ ନଗର ନିଗମ ଏଥିପ୍ରତି ଦୃଷ୍ଟିଦେଇ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାର ସ୍ୱାଗତ କରୁଛନ୍ତି ଓ ଯଥାଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରିବାପାଇଁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × three =