ଭିମସାରରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ

0 78

ସମ୍ବଲପୁର, ୧୨/୬- ସ୍ଥାନୀୟ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ (ଭିମସାର)ରେ ସୁଚାରୁରୂପେ ଅମ୍ଳଜାନ ଉପଲବ୍ଧ ହେବା ସୁନିଶ୍ଚିତ କରିବା ପାଇଁ ଆଜି ଚାପ ଅବଶୋଷଣ (ପିଏସଏ) ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଏଥିପାଇଁ ମେସିନ ଗତକାଲି ଆସି ପହଞ୍ଚିଛି, ଯାହାର ଉତ୍ପାଦନ କ୍ଷମତା ୬୦୦ଲିଟର ପ୍ରତି ମିନିଟ ବୋଲି କୁହାଯାଇଛି । ଏହାଦ୍ୱାରା ବାୟୁମଣ୍ଡଳୀରୁ ଅମ୍ଳଜାନ ପୃଥକ କରି ସଂରକ୍ଷଣ କରାଯାଇପାରିବ । ଏହାବ୍ୟତୀତ ତରଳ ଓ ଶୁଷ୍କ ରୂପେ ଅମ୍ଳଜାନ ପ୍ରସ୍ତୁତ କରିବା ପାଇଁ ଦୁଇଟି ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ପୂର୍ବରୁ କରିଛନ୍ତି, ଯାହାର କ୍ଷମତା ୧୩ ହଜାର ଲିଟର ରହିବ । ଭିମସାରରେ ସଞ୍ଚାଳିତ ୧୦୦୦ କ୍ଷମତା ସମ୍ପନ୍ନ ହସ୍ପିଟାଲ ବ୍ୟତୀତ ବର୍ତ୍ତମାନ ସେଠାରେ ଦୁଇଟି କୋଭିଡ ହସ୍ପିଟାଲ ମଧ୍ୟ ଚାଲିଛି । ଏଣୁ ସେଠାକାର ରୋଗୀମାନଙ୍କ ପାଇଁ ସବୁବେଳେ ଅମ୍ଳଜାନର ଚାହିଦା ରହିଆସିଛି ଓ ପ୍ରାୟତଃ ନିଅଣ୍ଟିଅ।। ସ୍ଥିତି ଦେଖିବାକୁ ମିଳିଛି । ଏପରିପ୍ରେକ୍ଷୀରେ ଏହି ସବୁ ନୂତନ ସୁବିଧା କାର୍ଯ୍ୟକ୍ଷମ ହେଲେ ଉକ୍ତ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଆବଶ୍ୟକ ଅମ୍ଳଜାନର ଚାହିଦା ନିରନ୍ତର ପୂରଣ ସମ୍ଭବହେବ ।

hiranchal ad1
Leave A Reply

Your email address will not be published.

4 × five =