ବିଫଳ ପ୍ରେମିକମାନଙ୍କର କାଣ୍ଡ, ବଲାଙ୍ଗୀର ପରେ ଏବେ ସମ୍ବଲପୁର

0 412

ସମ୍ବଲପୁର,୧/୭- ପ୍ରେମରେ ବିଫଳ ହେଉଥିବା ପ୍ରେମିକ ମାନଙ୍କର ହତାଶଭରା କାଣ୍ଡ ଘଟିବାରେ ଲାଗିଛି । ବଲାଙ୍ଗୀରରେ ବନ୍ଧୁକ ମୁନରେ ଘଟାଇଥିବା ଜଣେ ପ୍ରେମିକର ହତାଶିଆ ଉନ୍ମତ୍ତକାଣ୍ଡ ଲୋକଙ୍କ ମନରୁ ଲିଭିନଥିବାବେଳେ ଆଜି ସମ୍ବଲପୁରରେ ଏଭଳି ଭିନ୍ନ ଏକ ଘଟଣା ଦେଖିବାକୁ ମିଳିଛି । ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଜିଲ୍ଲା ପୁଲିସ ମୁଖ୍ୟାଳୟ ସାମ୍ନାରେ ଆତ୍ମଦାହ ଉଦ୍ୟମ କରିଥିଲେ କିନ୍ତୁ ସେଠାରେ ଉପସ୍ଥିତ ପୁଲିସକର୍ମୀଙ୍କ ସକ୍ରିୟତା ଯୋଗୁଁ ତାହା ଗତକାଲି ବିଫଳ ହୋଇଛି । ଯୁବକଙ୍କ ଚିହ୍ନଟ ଦୀପଲାଲ ବାଗ ଓ କ୍ଷେତ୍ରରାଜପୁରର ନୂଆପଡ଼ା ନିବାସୀ ବୋଲି ଜଣାପଡିଛି । ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ଓ ପ୍ରାୟ ୧୩ବର୍ଷ ପୂର୍ବେ ଦୁହେଁ ଘରୁ ପଳାଇ ବିବାହ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ନିଜ ପତ୍ନୀକୁ ତାଙ୍କ ବାପଘରେ ଛାଡ଼ି ରାଏପୁର ଚାଲି ଯାଇଥିଲେ । ଏବେ ସେଠାରୁ ଫେରିବା ପରେ ବାପଘରେ ରହୁଥିବା ତାଙ୍କ ପତ୍ନୀକୁ ଭେଟିବା ପାଇଁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଏଥିରେ ଉତ୍ତ୍ୟକ୍ତ ହୋଇ ଶାଶୁଘର ଲୋକେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଆହତାବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ପୁଣି ନିଜ ପତ୍ନୀ ଙ୍କୁ ଭେଟିବା ପାଇଁ ଯାଇଥିଲେ ଓ ଏଥର ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି ପୁଲିସ ପୁଣି ହସପିଟାଲରେ ଭର୍ତ୍ତି କରାଇଥିଲା । ଏଥର ସେ କିନ୍ତୁ ସେଠାରୁ ପଳାଇ ଆସି ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମଦାହ ପାଇଁ ଚେଷ୍ଟା କରୁଥିଲା ବେଳେ ପୁଲିସ ତାଙ୍କୁ ପୁଣି ଉଦ୍ଧାର କରିଛି ।

hiranchal ad1
Leave A Reply

Your email address will not be published.

17 − 12 =