ଭିଜିଲାନ୍ସ ଜାଲରେ ଧନକଉଡ଼ା ବ୍ଲକ ମୁଖ୍ୟ କିରାଣୀ: ଟ୭୮଼.୬୯ଲକ୍ଷରୁ ଊର୍ଦ୍ଧ୍ୱ ସଂପତ୍ତି ଠାବ

0 137

ସମ୍ବଲପୁର, ୨୮/୭- ସମ୍ବଲପୁର ନଗର ନିଗମ ପରିସରସ୍ଥିତ ଧନକଉଡ଼ା ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟକିରାଣୀ ଦିଲ୍ଲୀପ କୁମାର ଦେବଙ୍କ କାର୍ଯ୍ୟାଳୟ ଓ ସାକ୍ଷୀପଡାସ୍ଥିତ ବାସଭବନ ଉପରେ ଗତକାଲି ଏକାସାଙ୍ଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଦିନତମାମ ତଦନ୍ତପରେ ବିଳମ୍ବିତ ସନ୍ଧ୍ୟାପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଅନୁସାରେ ତାଙ୍କର ୭୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଆୟ ବହିର୍ଭୂତ ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗର ମୂଲ୍ୟାଙ୍କନ ଅନୁସାରେ ତାଙ୍କର ସାକ୍ଷୀପଡାସ୍ଥିତ ଜମି ଓ ତିନି ମହଲା ବାସଭବନର ମୂଲ୍ୟ ଟ ୪୯ ଲକ୍ଷ ୧୧ହଜାର ୨୭୦, ସ୍ୱର୍ଣ୍ଣ ଅଳଙ୍କାର ଓ ମୂଲ୍ୟବାନ ଘରକରଣା ସାମଗ୍ରୀର ମୂଲ୍ୟ ଟ ୧୯ ଲକ୍ଷ ୩ ହଜାର ୪୮୫, ଏକ କାର ଓ ସ୍କୁଟରର ମୂଲ୍ୟ ଟ ୮ ଲକ୍ଷ ୨ ହଜାର ୫୦, ବିଭିନ୍ନ ବ୍ୟାଙ୍କରେ ଗଚ୍‌ଛିତ ଟ ୨ ଲକ୍ଷ ୪୩ ହଜାର ୧୫୫ ଓ ତାଙ୍କଠାରେ ଉପଲବ୍ଧ ନଗଦ ୧୯ ହଜାର ୫୮୦ଟଙ୍କା ରହିଛି । ତାଙ୍କଠାରେ ସର୍ବମୋଟ ୭୮ ଲକ୍ଷ ୭୯ ହଜାର ୫୪୦ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି । ତାଙ୍କ ବିରୁଦ୍ଧରେ ପୂର୍ବରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବାର ଅଭିଯୋଗ ରହିଥିଲା ଓ ଗତକାଲି ସୁଯୋଗ ଦେଖି ଭିଜିଲାନ୍ସ ଦଳ ଚଢ଼ାଉ କରିଥିଲେ । ଏହିଦଳରେ ୩ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟରଙ୍କୁ ନେଇ ଦୁଇଟି ଦଳ ଗଠିତ ସହ ଉଭୟ ସ୍ଥାନରେ ଏକାସହିତ ଚଢ଼ାଉ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seventeen − fifteen =