ରାସ୍ତାକଡ଼ରେ ଆହତ ଓ ଅସହାୟ ଗାଈର ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିଲେ

0 103

ସମ୍ବଲପୁର,୨୬/୭- ସ୍ଥାନୀୟ ଧନୁପାଲି କଲ୍ୟାଣ ମଣ୍ଡପ ପାଖରେ ରାସ୍ତାକଡ଼ରେ ଆହତ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ଗୋଟିଏ ଗାଈର ସେବା ଓ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିବା ପ୍ରସଙ୍ଗ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । କେହି ଜଣେ ଉକ୍ତ ଗାଈର ଦୂରାବସ୍ଥା ଦେଖି ତାହାର ଚିକିତ୍ସାପାଇଁ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ଅନୁରୋଧ କଲାପରେ ଏଠାରେ ସ୍ଥାନୀୟ ସକ୍ରିୟ ସ୍ୱେଛାସେବୀ ଅନୁଷ୍ଠାନ “ପ୍ରୟାସ” ର କିଛି କାର୍ଯ୍ୟକର୍ତ୍ତା ତତକ୍ଷଣାତ୍‌ ଏଥିପାଇଁ ଆଗେଇ ଆସିଲେ । କୌଣସି ଦୁର୍ଘଟଣାରେ ଉକ୍ତ ଗାଈର ପଛପାଖ ବାମ ଗୋଡ଼ରେ ଆଘାତ ଲାଗି ଖୁରାରୁ ରକ୍ତ ବୋହୁଥିଲା, ଏଣୁ କିଛି ସ୍ୱେଚ୍ଛାସେବୀ ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚି ତାର ପ୍ରଥମେ ଆଶୁ ଚିକିତ୍ସା କରିଥିଲେ । ତାଙ୍କଠାରୁ ଖବରପାଇ ରାଜ୍ୟ ସରକାରଙ୍କ ପଶୁ ଆମ୍ବୁଲାନ୍ସ ସହିତ ଚିକିତ୍ସକ ଦଳ ସେଠାରେ ପହଞ୍ଚି ଆବଶ୍ୟକ ଚିକିତ୍ସା ସେବା ଯୋଗାଇଥିଲେ । ଏକ ଆହତ ଓ ଅସହାୟ ପଶୁ ପ୍ରତି ଏପରି ମାନବିକ ସମବେଦନା ପ୍ରଦର୍ଶନ ପାଇଁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି । ପ୍ରୟାସ ପକ୍ଷରୁ ଏହି ଅଭିଯାନରେ ରାଜ କୁମାର ଜାଲ, ଅର୍ପଣ ଦାସ ଓ ଭାସ୍କର ଭଟ୍ଟାଚାର୍ଯ୍ୟ ଆଦି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =