ଜଗନ୍ନାଥମୟ ସମ୍ବଲପୁରରେ ରଥଯାତ୍ରା ବାରଣକୁ ନେଇ ଅସନ୍ତୋଷ

0 88

ସମ୍ବଲପୁର,୧୧/୭- ଆସନ୍ତାକାଲି ସୋମବାର ଦ୍ୱିତୀୟା ତିଥିରେ ରଥଯାତ୍ରା ସୁନିଶ୍ଚିତ କିନ୍ତୁ ଏପର୍ଯ୍ୟନ୍ତ କଟକଣା କିପରି ରହିବ ସେ ବିଷୟରେ ପ୍ରଶାସନ ପକ୍ଷରୁ ସ୍ଥିତି ସ୍ପଷ୍ଟ କରାଯାଇନାହିଁ । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତଥାପି ଏଥର ଅନ୍ୟ ସ୍ଥାନରେ ରଥଯାତ୍ରାର ରୂପରେଖ କଣ ରହିବ, ଠାକୁରମାନେ ରଥାରୂଢ ହେବେ କି ନାହିଁ ତାକୁ ନେଇ ମନ୍ଦିର କମିଟି ମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଦ୍ୱନ୍ଦାତ୍ମକ ସ୍ଥିତି ରହିଛି । ଗତବର୍ଷ ପରି ଏବର୍ଷ ମଧ୍ୟ ଠାକୁର ମାନଙ୍କୁ ରଥ ଉପରକୁ ବିଜେ କରାଯିବ କି ନାହିଁ ସେ ନେଇ ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି ହୋଇନାହିଁ । ସୁତରାଂ ଜିଲ୍ଲା ପ୍ରଶାସନ ଓ ପୁଲିସର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅନୁରୋଧ କରାଯାଉଛି । ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୨୨୦ଟି ଜଗନ୍ନାଥ ମନ୍ଦିର ରହିଛି ତଥା କେବଳ ସମ୍ବଲପୁର ନଗର ମଧ୍ୟରେ ମୋଟ ୨୭ଟି ରହିଛି । ଏଠାରେ ଜଗନ୍ନାଥ ସଂସ୍କୃତି ଏତେ ସୁଦୃଢ ଯେ ଏହି ୨୭ଟି ମଧ୍ୟରୁ ୨୫ଟି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । କେବଳ ଦୁଇଟି ମନ୍ଦିର, ବାଲିବନ୍ଧା କୋଠା ଜଗନ୍ନାଥ ତଥା ରଘୁନାଥ ଜୀଉ ମନ୍ଦିରର ରଥ ବାହାରେ ନାହିଁ । କିନ୍ତୁ ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ ରଥଯାତ୍ରା ପାଳିତ ହୋଇପାରୁନାହିଁ । ଏହା ଭକ୍ତମାନଙ୍କ ମନରେ ଆଘାତ ଆଣିଛି ।

hiranchal ad1
Leave A Reply

Your email address will not be published.

16 − 1 =