ଷଷ୍ଠଦିନରେ ଭିମସାର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

0 65

ସମ୍ବଲପୁର, ୪/୮- ସ୍ଥାନୀୟ ବୁର୍ଲା ଭିମସାରରେ ଚାଲିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି ତଥାପି ସମାଧାନର କୌଣସି ବାଟ ଦିଶୁନାହିଁ । ଅନଶନରତ କିଛି ବ୍ୟକ୍ତିଙ୍କ ଅବସ୍ଥାରେ ଅବନତି ବିଷୟରେ ଶୁଣି ଗତକାଲି ଭିମସାରରୁ ଏକ ଚିକିତ୍ସକ ଦଳ ସେଠାରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପୂର୍ବରୁ ସେଠାରେ ରେଙ୍ଗାଲି ବିଧାୟକ ନାଉରି ନାଏକ ଆନ୍ଦୋଳନରତ ଛଟେଇ କର୍ମଚାରୀ ଓ ଉପସ୍ଥିତ ତାଙ୍କ ପରିବାର ବର୍ଗ ସହିତ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଆନ୍ଦୋଳନ ଏତେଦିନ ବିତିଯାଇଥିଲେ ସୁଦ୍ଧା ସରକାର ପକ୍ଷରୁ ୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା, କୌଣସି ସରକାରୀ ଅଧିକାରୀ ଧାରଣାସ୍ଥଳକୁ ନଯିବା ବିଷୟରେ ଅବଗତ ହେଲାପରେ ସରକାରଙ୍କ ଆଭିମୁଖ୍ୟକୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଆନ୍ଦୋଳନକାରୀଙ୍କ ଦାବିରେ ଯଥାର୍ଥତା ରହିଛି ଓ ଏହି ଦାବିଗୁଡିକ ନ୍ୟାର୍ଯ୍ୟ ଏବଂ ଏଗୁଡିକ ଶୀଘ୍ର ଓ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଭିମସାର କର୍ତ୍ତୃପକ୍ଷଙ୍କ ସହିତ ସେ ଏନେଇ ଆଲୋଚନା କରିବେ । ଯଦି ଦୁଇ ତିନି ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତାହେଲେ ତାଙ୍କ ପାର୍ଟି ନିସର୍ତ୍ତ ଏହି ଆନ୍ଦୋଳନକୁ ସମର୍ଥନ କରି ଏଥିରେ ସାମିଲ ହେବ ବୋଲି ଆନ୍ଦୋଳନରତ ଛଟେଇ କର୍ମଚାରୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 14 =