ସମ୍ବଲପୁରରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୩ ହେଲା

0 117

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏହା ସହିତ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୫ ହଜାର ପାରହୋଇ ୫୦୬୩ ରେ ପହଞ୍ଚିଛି । ବିଗତ ପ୍ରାୟ ଦୁଇ ସପ୍ତାହ ହେଲା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଦୈନିକ ଶତାଧିକ ରହିଆସୁଛି, ଯାହାକି ନିଶ୍ଚିତ ଭାବେ ଉଦବେଗଜନକ । ଏଠାରେ ସ୍ଥିତି ଏମିତି ହେଲାଣି ଯେ ପ୍ରତିଦିନ ୫ରୁ ୭ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହେଉଛି ଓ ଏମାନଙ୍କ ମଧ୍ୟରେ କିଛି ନା କିଛି ପରିଚିତଙ୍କ ନାମ ରହୁଛି, ଯଦିଓ ସରକାରୀ ସ୍ତରରେ ଏହି ସଂଖ୍ୟା ଯଥେଷ୍ଟ କମ ଦର୍ଶାଯାଉଛି । ଏଥିପାଇଁ ସମସ୍ତଙ୍କ ମନରେ ଛନକା ପଶିଲାଣି ଯେ କେତେବେଳେ ଭି କାହାରି ପାଇଁ ଉପରୁ ଡକରା ଆସିପାରେ । ଏଭଳି ପରିସ୍ଥିତି ସତ୍ତ୍ୱେ କାହିଁକି କେଜାଣି ଜନସାଧାରଣ ଙ୍କ ମଧ୍ୟରେ ସେପରି ଅନୁପାତରେ ସଚେତନତା ଦେଖା ଯାଉନାହିଁ । ଆଜି ମଧ୍ୟ ଦୋକାନ ବଜାର ସାମାନ୍ୟ ଭାବରେ ଖୋଲୁଛି ଓ ସେଠାରେ କିଣାବିକା ପାଇଁ ଜନଗହଳି ରହୁଛି । ଯେତେ କହିଲେ ମଧ୍ୟ ସାମାଜିକ ଦୂରତା ନିୟମ ରକ୍ଷା କରାଯାଉ ନାହିଁ । ଏପରିକି ମାସ୍କ ନ ପିନ୍ଧିବା ପାଇଁ ପୁଲିସକୁ ଲୋକେ ଦୈନିକ ହଜାର ହଜାର ଟଙ୍କା ତଣ୍ଡ ଗଣୁଥିଲେ ମଧ୍ୟ ଅନେକ ଲୋକ ଏବେ ମଧ୍ୟ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧୁ ନାହାନ୍ତି । ସେମାନେ ଅବା ଘରକୁ ଫେରି ସାବୁନ ରେ ହାତ ଧୋଉଥିବେ, ଏଥିରେ ମଧ୍ୟ ସନ୍ଦେହ ରହୁଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ତାଜା ସ୍ଥିତି ଅନୁସାରେ ମୋଟ ଆକ୍ରାନ୍ତ ୫୦୬୩ ଜଣଙ୍କ ମଧ୍ୟରୁ ୩୭୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତଥା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ବାକି ୧୩୨୨ ଜଣଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

eight + 17 =