ସମ୍ବଲପୁରରେ ସ୍ଥିତି ଜଟିଳ: ଆଜି ପୁଣି ନୂଆ ୧୩୬ ପଜିଟିଭ ଚିହ୍ନଟ

0 82

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୁସ୍ଥତାହାରରେ କିଛି ଉନ୍ନତି ସତ୍ତ୍ୱେ କରୋନା ସଂକ୍ରମଣହାର ଅବନତି ଆଡକୁ ଗତି କରୁଛି, ଯାହାକୁ ନେଇ ଜନସାଧାରଣଙ୍କ ସହିତ ପ୍ରଶାସନ ମଧ୍ୟ ଚିନ୍ତିତ । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ନୂଆ ପଜିଟିଭ ଭାବେ ୧୩୬ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲା ରେ ଏପର୍ଯ୍ୟନ୍ତ ୬୮୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଥିରୁ ୫୬୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୪ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୨୨୯ ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ୧୨୦ ଜଣ କୋଭିଡ ହସ୍ପିଟାଲରେ, ୧୫୨ଜଣ ବୁର୍ଲା ସ୍ଥିତ କୋଭିଡ କେୟାର ସେଣ୍ଟର, ୧୦ଜଣ କୋଭିଡ କେୟାର ହୋମ ତଥା ହୋମ ଆଇସୋଲେଶନରେ ୮୦୦ରୁ ଊର୍ଦ୍ଧ୍ୱ ରହି ଚିକିତ୍ସିତ ହେଉଛନ୍ତି । ହସ୍ତଗତ ପରିସଂଖ୍ୟାନ ଅନୁସାରେ ଏପର୍ଯ୍ୟନ୍ତ ସୁସ୍ଥତାହାର ୮୩.୪୦ ପ୍ରତିଶତ ରହିଛି, କିନ୍ତୁ ନିରନ୍ତର ବର୍ଦ୍ଧିତ ସଂକ୍ରମଣ ହାର ଚିନ୍ତା ବଢାଉଛି । ସେହିପରି ଆଜିର ସ୍ଥିତି ଅନୁସାରେ ଚିହ୍ନଟଙ୍କ ମଧ୍ୟରୁ ୧୬.୨୪ ପ୍ରତିଶତ ଅସୁସ୍ଥ ରହିଛନ୍ତି ଓ ୦.୦୩୭ ପ୍ରତିଶତ ମୃତକଙ୍କ ହାର ରହିଛି । ଅନ୍ୟପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ଅତିକମରେ କୋରୋନା ସଂକ୍ରମଣ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି, କିନ୍ତୁ ପ୍ରଶାସନିକ ସୂତ୍ର ଏମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କ ମୃତ୍ୟୁକୁ ସ୍ୱୀକୃତି ଦେଉଛି ।

hiranchal ad1
Leave A Reply

Your email address will not be published.

11 + twenty =