ସମ୍ବଲପୁର ମଣ୍ଡଳ ଅକ୍ସିଜେନ ଏକ୍ସପ୍ରେସର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିଛି

0 84

ସମ୍ବଲପୁର : କୋଭିଡ-୧୯ ବିରୋଧରେ ଲଡେଇ ଜାରି ରଖି ଭରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଏହାର ଅଧୀନରେ ଅକ୍ସିଜେନ ସ୍ପେଶାଲ ନିରାପଦ ଓ ଦ୍ରୁତ ଗତି ନିଶ୍ଚିତ କରିବାକୁ ପ୍ରାଧାନ୍ୟ ଦେଇଛି ।
ମହାରାଷ୍ଟ୍ରର କାଲାମ୍ବୋଲି ଗୁଡସଶେଡରୁ ସାତଟି ଖାଲି ଟ୍ୟାଙ୍କ ବିଶିଷ୍ଟ ଅକ୍ସିଜେନ ଏକ୍ସପ୍ରେସ ୨୨.୦୪.୨୦୨୧ ଭୋର ସକାଳରେ ରାଷ୍ଟ୍ରୀୟ ଇସ୍ପାତ ନିଗାମ ଲିମିଟେଡ, ବିଶାଖାପାଟଣା ଠାରେ ପହଞ୍ଚିଥିଲା । ପ୍ରତ୍ୟେକ ଟ୍ୟାଙ୍କରେ ୧୫ ଟନ ତରଳ ମେଡିକାଲ ଅମ୍ଳଜାନ ଭର୍ତ୍ତି କରାଯାଇଥିଲା ଏବଂ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ, ବିଶାଖାପାଟଣା ଠାରୁ ୨୨.୦୪.୨୦୨୧ ରାତ୍ର ୨୩ ଘ.୩୦ ମିନିଟରେ ଛାଡି ମହାରାଷ୍ଟ୍ର ଅଭିମୁଖେ ବାହାରିଥିଲା । ଏହି ଅକ୍ସିଜେନ ଏକ୍ସପ୍ରେସ ୨୩.୦୪.୨୦୨୧ ପ୍ରାତଃ ୪ ଘ. ୪୦ ମି. ରେ ସମ୍ବଲପୁର ମଣ୍ଡଳ ପ୍ରବେଶ କରି ପୂର୍ବାହ୍ନ ୧୦ ଘ. ୪୫ ମି.ରେ ସୁରକ୍ଷିତ ଭାବେ ରାୟପୁର ମଣ୍ଡଳକୁ ହସ୍ତାନ୍ତର କରିଥିଲା । ଏହା ବ୍ୟତୀତ ମଣ୍ଡଳ ତରଫରୁ ଅକ୍ସିଜେନ ଏକ୍ସପ୍ରେସରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

nine + four =