ସମ୍ବଲପୁରରେ ଆଜି ୩୮ଜଣ ପଜିଟିଭ ଚିହ୍ନଟ

0 130

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୩୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୨୬୯ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମୃତ ଓ ୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୭୪ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ କିଛି ଦିନ ଧରି ଦୈନିକ ଶତାଧିକ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବାରୁ ଏଠାରେ ଜନସାଧାରଣଙ୍କ ସହିତ ପ୍ରଶାସନ ମନରେ ମଧ୍ୟ ଛନକା ପଶିଯାଇଥିଲା । କିନ୍ତୁ ଗତ ତିନି ଦିନ ଧରି ସ୍ଥିତି ନିୟନ୍ତ୍ରଣ ରେ ରହିଥିବାରୁ ସମସ୍ତେ ଟିକିଏ ଆଶ୍ୱସ୍ତ ରହିଛନ୍ତି । ଆଗାମୀ ଦିନରେ ସ୍ୱତନ୍ତ୍ରତା ଦିବସ, ଗଣେଶ ପୂଜା ଓ ନୂଆଖାଇ ପରି ଗଣପର୍ବ ପାଳନ ହେବାକୁ ଯାଉଛି ଓ ଏଥିପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ଏଭଳି ପରିସ୍ଥିତିରେ କରୋନାର ପ୍ରକୋପ ବଢିଗଲେ ସମସ୍ତ ଆନନ୍ଦ ଓ ଉଲ୍ଲାସରେ ଭଟ୍ଟା ପଡିଯିବାର ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ ସାମ୍ପ୍ରତିକ ସ୍ଥିତି ଉପରେ କଡାଦୃଷ୍ଟି ରଖିବା ସହିତ ଏହି ତିନୋଟି ଦିନ ପାଇଁ ପୂର୍ବ ଘୋଷିତ ସଟଡାଉନରେ ରିହାତି ଦିଆଯାଇଛି । କିନ୍ତୁ ଜନମାନସ ରେ କରୋନା ପ୍ରତି ଭୟ ଅବ୍ୟାହତ ରହିଛି ଓ ଜୀବନ ଥିଲେ ଜୀବିକା ଚିନ୍ତାଧାରା ଅନୁସାରେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି ।

hiranchal ad1
Leave A Reply

Your email address will not be published.

5 − 4 =