ସମ୍ବଲପୁର: ପେଟ୍ରୋଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବାମପନ୍ଥୀଙ୍କ ଆଜି ଓଡ଼ିଶା ବନ୍ଦ ଡାକରା ଓ କଂଗ୍ରେସ ପାର୍ଟି ପକ୍ଷରୁ ଏହାକୁ ସମର୍ଥନର ଏଠାରେ ମିଶ୍ରିତ ପ୍ରଭାବ ଦେଖା ଯାଇଛି । ଆଜିକାର ବନ୍ଦର ମୁଖ୍ୟ ଲକ୍ଷ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଥିବା ସତ୍ତେ୍ୱ ଏଠାରେ ସବୁ ପେଟ୍ରୋଲ ପମ୍ପ ବନ୍ଦ ରଖାଯାଇ ନଥିଲା । ଏପରିକି ନଗର ମଧ୍ୟ ସ୍ଥିତ ପୁଲିସ ପେଟ୍ରୋଲ ପମ୍ପ ଖୋଲା ରହିଛି ଓ ଉକ୍ତ ପମ୍ପରେ ନିୟମିତ ଭାବେ ବ୍ୟବସାୟ ଚାଲିଛି । ଅନ୍ୟ ପକ୍ଷରେ ସ୍ୱତଃସ୍ଫୃତ ଭାବେ ସବୁ ପେଟ୍ରୋଲ ପମ୍ପ ବନ୍ଦ ରଖା ଯାଇଥିଲା ଓ କୌଣସି ଆନ୍ଦୋଳନକାରୀ ସେଠାରେ ଉପସ୍ଥିତ ନଥିଲେ । ସରକାରୀ ଓ ଘରୋଇ ସବୁ ସାର୍ବଜନିକ ବସ ପରିବହନ ସେବା ଆଜି ବାତିଲ ରଖାଯାଇଥିଲା ତଥା ଅନ୍ୟ ପଟେ ଚାରିଚକିଆ ଓ ଦୁଇ ଚକିଆ ଘରୋଇ ବାହନ ଚଳାଚଳ କରୁଥିଲେ । ସ୍ଥାନୀୟ କିଣାବିକା ପାଇଁ ବ୍ୟବହୃତ ଗୋଲବଜାର ସହିତ ଅଧିକାଂଶ ୋକାନ ବଜାର ଓ ମଲ ଆଦି ବନ୍ଦ ରଖାଯାଇଛି, ଯଦିଓ ରାସ୍ତାକଡ ପନିପରିବା ଓ ଜଳଖିଆ ୋକାନ ଖୋଲା ରହିଛି । ବନ୍ଦ ଡାକରାକୁ ନେଇ କୌଣସି ସ୍ଥାନରେ ଅଶାନ୍ତି କି ଅପ୍ରିୟ ସ୍ଥିତି ଉପୁଜିଥିବା ସୂଚନା ମିଳିନାହିଁ । ଆଜିକାର ବନ୍ଦପାଳନ ପରିପ୍ରେକ୍ଷୀରେ ଶାନ୍ତି ସ୍ଥାପନ ଓ ବିଧିବ୍ୟବସ୍ଥା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।