ସମ୍ବଲପୁର ଜିଲ୍ଲାରେ ଆଜି ୮ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ସଂଖ୍ୟା ହେଲା ୬୪

0 126

ସମ୍ବଲପୁର,୩/୭- ଆଜି ଆଉ ୮ଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୬୪ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଲା ପରେ ବାକି ୪୦ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଆଜି ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ନାକଟିଦେଉଲ ଅସ୍ଥାୟୀ ଚିକିତ୍ସା ଶିବିର (ଟିଏମସି) ରୁ ଜଣେ ୩୫ ବର୍ଷୀୟା, ଜଣେ ୪୦ ବର୍ଷୀୟା ଜମନକିରା ଟିଏମସିରୁ ଓ ଅନ୍ୟ ଜଣକ ୩୭ ବର୍ଷୀୟା ରହିଛନ୍ତି । ଏହା ସହିତ ଜମନକିରା ରୁ ଆଉ ଜଣେ ୨୪ବର୍ଷୀୟ ଯୁବକ, ଯୁଯୁମୁରା ଟିଏମସି ରୁ ଦୁଇଜଣ ପୁରୁଷ(୨୫ଓ ୪୪) ତଥା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରୁ ଦୁଇ ଜଣ ପୁରୁଷ (୨୫ ଓ ୫୩) ଚିହ୍ନଟ ହୋଇଛନ୍ତି । ସୂତ୍ର ଅନୁସାରେ ଏମାନଙ୍କ ମଧ୍ୟରୁ କାହାରି ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ପଜିଟିଭ ଜଣା ପଡିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇତି ମଧ୍ୟରେ ସେମାନେ କାହା କାହା ସହିତ ମିଳାମିଶା କରିଛନ୍ତି, ସେମାନଙ୍କ ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five + 6 =